ଆସନ୍ତା ୯ ତାରିଖରେ ବାଂଲାଦେଶ ଗସ୍ତରେ ଯିବେ ବୈଦେଶିକ ସଚିବ ବିକ୍ରମ ମିସ୍ରି

ବୈଦେଶିକ ସଚିବ ବିକ୍ରମ ମିସ୍ରି ଆସନ୍ତା ୯ ତାରିଖରେ ବାଂଲାଦେଶ ଗସ୍ତରେ ଯିବେ। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଉଥିବାବେଳେ ବୈଦେଶିକ ସଚିବଙ୍କ ଗସ୍ତ ଅନେକ ଗୁରୁତ୍ଵ ବହନ କରୁଛି। ତେବେ ସଚିବ ଫରେନ ଅଫିସ କନସଲଟେସନ ଲାଗି ବାଂଲାଦେଶ ଯାଉଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ସମୟରେ ସେ ବାଂଲାଦେଶ ପ୍ରତିପକ୍ଷଙ୍କ ସହିତ ମଧ୍ୟ ଆଲୋଚନା କରିବେ।ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ନେଇ ମନ୍ତ୍ରଣାଳୟ କହିଛି ଯେ, ଆମେ ଏହି ପ୍ରସଙ୍ଗରେ ପୂର୍ବରୁ ମଧ୍ୟ ଆଲୋଚନା କରିସାରିଛୁ। ବାଂଲାଦେଶରେ ଚାଲିଥିବା ପ୍ରାସଙ୍ଗିକ ଆଇନଗତ ପ୍ରକ୍ରିୟାଗୁଡ଼ିକ ନିରପେକ୍ଷ ଭାବେ କାର୍ଯ୍ୟକାରୀ କରାଯିବ ବୋଲି ଆମର ଆଶା ରହିଛି।

Related Articles

Back to top button