ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର

ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଛି । ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ପାଟନା ଡାକ୍ତର ପରାମର୍ଶ ଦେଇଛନ୍ତି । ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଧବାର ଗୁରୁତର ହୋଇପଡ଼ିଛି । ରାବଡ଼ୀ ଆବାସରେ ତାଙ୍କର ଚିକିତ୍ସା ଚାଲିଛି । ବ୍ଲଡ୍ ସୁଗାର ବୃଦ୍ଧି ଯୋଗୁଁ ସ୍ୱାସ୍ଥ୍ୟ ଗୁରୁତର ହୋଇଥିବା କୁହାଯାଉଛି । ତୁରନ୍ତ ଲାଲୁଙ୍କୁ ଦିଲ୍ଲୀକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଛନ୍ତି । ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଲାଲୁଙ୍କର ହୃଦ ଓ କିଡ଼ନୀରେ ମଧ୍ୟ ସମସ୍ୟା ରହିଛି । ଗତ ବର୍ଷ ସେପ୍ଟେମ୍ବର ମାସରେ ଲାଲୁ ପ୍ରସାଦ ଯାଦବଙ୍କର ମୁମ୍ବାଇରେ ଆଞ୍ଜିୟପ୍ଲାଷ୍ଟି କରାଯାଇଥିଲା । ତାଙ୍କର ଏକ ଷ୍ଟେଣ୍ଟ ଲଗାଯାଇଛି। ଏହା ପୂର୍ବରୁ ୨୦୨୨ ମସିହାରେ ସିଙ୍ଗାପୁରରେ ଏକ କିଡନୀ ପ୍ରତିରୋପଣ କରାଯାଇଥିଲା। ଲାଲୁ ପ୍ରସାଦ ଯାଦବଙ୍କ ସାନ ଝିଅ ରୋହିଣୀ ଆଚାର୍ଯ୍ୟ ତାଙ୍କୁ ଏକ କିଡନୀ ଦାନ କରିଥିଲେ। କିଡନୀ ପ୍ରତିରୋପଣ ପରେ ଲାଲୁ ମଧ୍ୟ ସୁସ୍ଥ ଥିଲେ । ୨୦୧୪ରେ ମଧ୍ୟ ତାଙ୍କର ଓପନ୍ ହାର୍ଟ ସର୍ଜରୀ ହୋଇଥିଲା। ସେ ଏବେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଦିଲ୍ଲୀ ଯାଉଛନ୍ତି ।

Related Articles

Back to top button