
ସାତ ଜନ୍ମର ସାଥି ହେଲେ ବିଜେଡିର ପୂର୍ବତନ ସାଂସଦ ପିନାକୀ ମିଶ୍ର ଓ ଟିଏମସି ସାଂସଦ ମହୁଆ ମୈତ୍ର
ବିଜେଡିର ପୂର୍ବତନ ପୁରୀ ସାଂସଦ ପିନାକୀ ମିଶ୍ର ଓ ଟିଏମସି ସାଂସଦ ମହୁଆ ମୈତ୍ରଙ୍କୁ ବିବାହ କରିଛନ୍ତି । ଉଭୟଙ୍କ ବିବାହ ଜର୍ମାନୀରେ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି । ମେ ୩ରେ ଉଭୟଙ୍କ ବିବାହ ହୋଇଥିବା ସୂଚନା ମିଳିଛି । ପିନାକୀ ବିଜୁ ଜନତା ଦଳରୁ ଚାରି ଥର ସାଂସଦ ରହିଥିଲେ । ସେ ପ୍ରଥମ ଥର ୧୯୯୬ମସିହାରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ସେ ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ଲଗାତାର ବିଜୟ ହୋଇ ପୁରୀର ସାଂସଦ ହୋଇଥିଲେ ।
ମହୁଆ ଏବଂ ପିନାକୀଙ୍କ ବିବାହର ଭାଇରାଲ ଫଟୋରେ ଦୁହେଁ ପରସ୍ପରର ହାତ ଧରିଥିବା ଦେଖିବାକୁ ମିଳିଛି । ଏହି ସମୟରେ ମହୁଆ ସୁନେଲି ରଙ୍ଗର ଶାଢି ପିନ୍ଧିଥିବା ନଜର ଆସିଛନ୍ତି । ତଥାପି ବିବାହ ସମ୍ପର୍କରେ ଉଭୟଙ୍କ ପକ୍ଷରୁ କୌଣସି ବୟାନ ଆସିନାହିଁ । ୧୯୭୪ ଅକ୍ଟୋବର ୧୨ରେ ଆସାମରେ ଜନ୍ମଗ୍ରହଣ କରିଥିବା ମହୁଆ ବ୍ୟାଙ୍କର ଭାବରେ କ୍ୟାରିୟର ଆରମ୍ଭ କରିଥିଲେ । ପରେ ୨୦୧୦ମସିହାରେ ମମତା ବାନାର୍ଜୀଙ୍କ ଟିଏମସି ପାର୍ଟିରେ ଯୋଗ ଦେଇଥିଲେ । ୨୦୧୯ରେ ପ୍ରଥମ ଥର ମହୁଆ ମୈତ୍ର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୨୦୨୪ ନିର୍ବାଚନରେ ମଧ୍ୟ ସେ ନିର୍ବାଚତ ହୋଇ ସାଂସଦ ହୋଇଥିଲେ ।