ପତ୍ନୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ପୂର୍ବତନ କ୍ରିକେଟର ବିନୋଦ କାମ୍ବଲିଙ୍କ ନାଁରେ ଥାନାରେ ମାମଲା

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି। ପତ୍ନୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଥାନାରେ ମାମଲା ରୁଜୁ। କାମ୍ବଲିଙ୍କ ପତ୍ନୀ ଆଣ୍ଡ୍ରିୟା ହେୱିତ୍ ନିର୍ଯାତନା ଅଭିଯୋଗ ନେଇ ଥାନାରେ ମାମଲା କରିଛନ୍ତି। ଶୁକ୍ରବାର ମୁମ୍ବାଇର ବାନ୍ଦ୍ରାରେ ଥିବା ଫ୍ଲାଟ୍‌ରେ ବିନୋଦ ମଦ ନିଶାରେ ତାଙ୍କୁ ମରାପିଟା କରିଥିବା ସେ ଅଭିଯୋଗ କରିଛନ୍ତି।

ଆଣ୍ଡ୍ରିୟାଙ୍କ ଅଭିଯୋଗ ଅନୁସାରେ, ବିନୋଦ କାମ୍ବିଲ ତାଙ୍କ ଉପରକୁ ରୋଷେଇ ତାୱା ଫିଙ୍ଗି ଦେଇଥିଲେ। ଏଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଶୁକ୍ରବାର ଦିନ ପ୍ରାୟ ୧ରୁ ୧.୩୦ ବେଳେ କାମ୍ବଲି ମଦ ନିଶାରେ ଘରକୁ ଫେରିଥିଲେ। ଘରକୁ ଆସିବା କ୍ଷଣି ପତ୍ନୀଙ୍କୁ ଗାଳିଗୁଲଜ କରିବା ଆରମ୍ଭ କରିଥିଲେ। ଏହାପରେ ରୋଷେଇ ଘରକୁ ଯାଇ ତାୱା ଆଣି ଫିଙ୍ଗି ଦେବାରୁ ତାୱାଟି ଅଣ୍ଡ୍ରିୟାଙ୍କ ମୁଣ୍ଡରେ ବାଜିଥିଲା। ଏଥିରେ ସେ ଆହତ ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି ପତ୍ନୀ ଅଣ୍ଡ୍ରିୟା।

ତେବେ ପୁଲିସରେ ମମଲା କରିବା ପୂର୍ବରୁ କାମ୍ବିଲୀଙ୍କ ପତ୍ନୀ ପ୍ରଥମେ ଭାବା ହସ୍‌ପିଟାଲ୍ ଯାଇ ନିଜର ଚିକିତ୍ସା କରିଥିଲେ। ଏହି ଘଟଣାରେ ବର୍ତ୍ତମାନ ସୁଧା କୌଣସି ଗରିଫଦାରି କରାଯାଇ ନାହିଁ ବୋଲି ମୁମ୍ବାଇ ପୁଲିସ ସୂଚନା ଦେଇଛି।

Related Articles

Back to top button