ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହତ୍ୟା କଥା କହିଥିବା ରାଜା ପଟେରିଆ ଗିରଫ; ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଲେ କୋର୍ଟ

ଦମୋହ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହତ୍ୟା କଥା କହିଥିବା କଂଗ୍ରେସ ସରକାରଙ୍କ ପୂର୍ବତନ ମନ୍ତ୍ରୀ ରାଜା ପଟେରିଆଙ୍କ ଭିଡିଓ ଭାଇରାଲ ହେବା ପରେ ପନ୍ନା ପୁଲିସ ମାମଲା ରୁଜୁ କରିଥିଲା। ଏହି ମାମଲାରେ ମଙ୍ଗଳବାର ସକାଳେ ପନ୍ନା ପୁଲିସ ହଟାରେ ପହଞ୍ଚି ପଟେରିଆଙ୍କୁ ତାଙ୍କ ଘରୁ ଗିରଫ କରିଛି। ଏହାପରେ ତାଙ୍କୁ ପନ୍ନା ଜିଲା କୋର୍ଟରେ ହାଜର କରାଯାଇଛି। ସେଠାରୁ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି।

ପନ୍ନା ଜିଲାର ପୱଇରେ ପୂର୍ବତନ ମନ୍ତ୍ରୀ ରାଜା ପଟେରିଆ ଆଦିବାସୀମାନଙ୍କୁ ‘ପ୍ରଧାନମନ୍ତ୍ରୀଙ୍କ ହତ୍ୟା କରିବାକୁ ପ୍ରସ୍ତୁତ ରୁହ’ ବୋଲି କହୁଥିବା ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ ତାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ଡକ୍ଟର ନରୋତ୍ତମ ମିଶ୍ର ଏହି ପ୍ରସଙ୍ଗରେ ମାମଲା ରୁଜୁ କରିବାକୁ ପନ୍ନା ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପୱଇରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଦମୋହରେ ମଧ୍ୟ ବିଭିନ୍ନ ସ୍ଥାନରେ ରାଜା ପଟେରିଆଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା।

Related Articles

Back to top button