ଟେଲିଭିଜନ ଧାରାବାହିକକୁ ପୁଣି ଫେରିଛନ୍ତି ବିଜେପି ନେତ୍ରୀ ସ୍ମୃତି ଇରାନୀ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତ୍ରୀ ସ୍ମୃତି ଇରାନୀ ପୁଣି ଥରେ ଏକତା କପୁରଙ୍କ ପ୍ରଯୋଜିତ ଲୋକପ୍ରିୟ ହିନ୍ଦୀ ଟେଲିଭିଜନ ଧାରାବାହିକ ‘କ୍ୟୁଙ୍କି ସାସ୍ ଭି କଭି ବହୁ ଥି’ କୁ ଫେରୁଛନ୍ତି । ଏହାର ପ୍ରିମିୟର ପୂର୍ବରୁ ସ୍ମୃତି ଇରାନୀ ତୁଲସୀ ବିରୱାନି ଚରିତ୍ରରେ ନଜର ଆସିଛନ୍ତି । ଯାହାର ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି । ଏଥିରେ ସ୍ମୃତି ଏକ ମେରୁନ୍ ରଙ୍ଗର ଶାଢ଼ି ପିନ୍ଧିଛନ୍ତି । ମଥାରେ ସେ ତାଙ୍କ ଚିରାଚରିତ ବଡ଼ ବିନ୍ଦି ପିନ୍ଧିବା ସହିତ ବେକରେ ପାରମ୍ପରିକ ଗହଣା ଓ ମଙ୍ଗଳସୂତ୍ର ପକାଇଛନ୍ତି।

ଧାରାବାହିକ ‘କ୍ୟୁଙ୍କି ସାସ୍ ଭି କଭି ବହୁ ଥି’ ପ୍ରଥମ ଥର ପାଇଁ ୨୦୦୦ ମସିହାରେ ପ୍ରିମିୟର ହୋଇଥିଲା ଏବଂ ଏହାର ଶେଷ ଏପିସୋଡ୍ ୨୦୦୮ ମସିହାରେ ପ୍ରସାରିତ ହୋଇଥିଲା। ଏହା ଆଜି ମଧ୍ୟ ସବୁଠାରୁ ପ୍ରିୟ ଟେଲିଭିଜନ ଶୋ’ ମଧ୍ୟରୁ ଗୋଟିଏ। ଦୀର୍ଘ ୮ବର୍ଷ ଧରି ଏହି ଧାରାବାହିକ ଟେଲିଭିଜନ ଦୁନିଆରେ ବିଶେଷ ଆକର୍ଷଣ ହାସଲ କରିଥିଲା। ଏହି ଧାରାବାହିକ ଜରିଆରେ ସ୍ମୃତି ଇରାନୀ ଅଭୂତପୂର୍ବ ଲୋକପ୍ରିୟତା ଅର୍ଜନ କରିଥିଲେ । ଗତ ସାଧାରଣ ନିର୍ବାଚନରେ ଆମେଥିରୁ ହାରିବା ପରେ ବର୍ତ୍ତମାନ ପୁଣିଥରେ ସ୍ମୃତି ସେହି ଟେଲିଭିଜନ ସିରିଏଲକୁ ଫେରିଛନ୍ତି । ୱି ଦି ୱିମ୍ୟାନରେ ଏକ ଏପିସୋଡ୍ ରେ ସ୍ମୃତି ଇରାନୀ ଧାରାବାହିକ ପ୍ରକାଶର ବିଳମ୍ବ ସମ୍ପର୍କରେ ଆଲୋଚନା କରିଛନ୍ତି । ଏଥିରେ ସେ କହିଛନ୍ତି, ଏହି ଧାରାବାହିକକୁ ସମ୍ପୂର୍ଣ୍ଣ ଦେଖିଲେ ଜାଣିପାରିବେ ଯେ ୨୦୧୪ରେ ଏହା ପୁଣିଥରେ ସୁଟିଂ କରିବାକୁ ସେ ଚୁକ୍ତି କରିଥିଲେ । କିନ୍ତୁ ପରେ ଭାରତର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବାରୁ ଏଥିରୁ ସେ ବାହାରିଯାଇଥିଲେ। ସେତେବେଳେ ସୁଟିଂ ସେଟ୍ ପ୍ରସ୍ତୁତ ହୋଇଯାଇଥିଲା, କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଶପଥ ନେବା ନିମନ୍ତେ ଫୋନ୍ କଲ୍ ଆସିଥିଲା।

Related Articles

Back to top button