ପଶ୍ଚିବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବାମ ଦଳ ନେତା ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପରଲୋକ

ପଶ୍ଚିବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବାମ ଦଳ ନେତା ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପରଲୋକ। ୮୦ ବର୍ଷ ବୟସରେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଦେହାନ୍ତ ହୋଇଛି। ଦକ୍ଷିଣ କୋଲକାତା ସ୍ଥିତ ତାଙ୍କର ବାସଭବନରେ ବୁଦ୍ଧଦେବଙ୍କ ମୃତ୍ଯୁ ଘଟିଛି। ଆଜି ସକାଳ ୮ଟା ବାଜି ୨୦ ମିନିଟରେ ସେ ଶେଷ ନିଶ୍ଵାସ ତ୍ଯାଗ କରିଛନ୍ତି। ଏ ନେଇ ପରିବାର ଲୋକଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ।

ସ୍ଵାସ୍ଥ୍ୟ ଜନିତ ସମସ୍ଯାରେ ପୀଡ଼ିତ ଥିଲେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ। ବାର୍ଦ୍ଧକ୍ୟଜନିତ ରୋଗରେ ଅନେକ ଦିନ ଧରି ପୀଡ଼ିତ ଥିଲେ ବୁଦ୍ଧଦେବ। ତାଙ୍କ ବାସଭବନରେ ହିଁ ଚିକିତ୍ସା ଜାରି ରହିଥିଲା। ବୁଦ୍ଧଦେବ ପଛରେ ପତ୍ନୀ ଓ ଝିଅକୁ ଛାଡି ଚାଲିଯାଇଛନ୍ତି। ୨୦୧୫ରେ ସେ ସିପିଆଇଏମର ପଲିଟ ବ୍ଯୁରୋ ସଦସ୍ୟ ପଦ ଛାଡିଥିଲେ। ୨୦୧୮ରେ ରାଜ୍ୟ ସଚିବାଳୟ ସଦସ୍ୟତା ପଦ ତ୍ଯାଗ କରିଥିଲେ।୨୦୦୦ ମସିହାରୁ ୨୦୧୧ ପର୍ଯ୍ୟନ୍ତ ପଶ୍ଚିମବଂଗର ମୁଖ୍ୟମନ୍ତ୍ରୀ ଥିଲେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ। ୧୯୪୪ ମସିହାରେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଜନ୍ମଗ୍ରହଣ କରିଥିଲେ। କୋଲକତାର ପ୍ରେସିଡେନସି କଲେଜରୁ ବଙ୍ଗଳା ସାହିତ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଏହାପରେ ସିପିଆଇଏମ ଦଳ ସହ ଯୋଡ଼ି ହୋଇଥିଲେ।

Related Articles

Back to top button