ନେପାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୪ ଜଣ ଭାରତୀୟ ଯାତ୍ରୀଙ୍କର ମୃତ୍ୟୁ

ନେପାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯାତ୍ରୀଙ୍କୁ ନେଇ ଯାଉଥିବା ଭାରତୀୟ ବସ୍ ଏକ ନଦୀକୁ ଖସି ପଡ଼ିଛି । ଫଳରେ ବସରେ ଥିବା ୧୪ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ୧୬ ଜଣ ଗୁରୁତର ଅଛନ୍ତି । ନେପାଳ ତନାହୁନ୍ ର ଡିଏସ୍‌ପି ଦୀପକୁମାର ରାୟ ମୃତାହତଙ୍କ ଖବରକୁ ସ୍ପଷ୍ଟ କରିଛନ୍ତି । ନେପାଳ ପୋଲିସ ଅଧିକାରୀମାନେ କହିଛନ୍ତି ଯେ ଉତ୍ତରପ୍ରଦେଶରୁ ଏକ ଯାତ୍ରୀବାହୀ ବସ ନେପାଳ ଯାଇଥିଲା । ପୋଖରାରୁ ବସଟି କାଠମାଣ୍ଡୁ ଅଭିମୁଖେ ଯାଉଥିବାବେଳେ ତାନାହୁନ୍ ଜିଲ୍ଲାର ମାର୍ସାୟାଙ୍ଗଡି ନଦୀରେ ଭାରସାମ୍ୟ ହରାଇ ଖସି ପଡ଼ିଥିଲା । ବସରେ ୪୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ରେ ଏହି ଘଟଣା ଘଟିଛି । ବସ୍‌ଟି ନଦୀରେ ଖସିପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବେଳେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୬ ଜଣ ଗୁରୁତର ଅଛନ୍ତି । ଏବେବି କିଛି ଲୋକ ନିଖୋଜ ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Related Articles

Back to top button