ବଜେଟ୍ ଅଧିବେଶନରେ ଭାଗ ନେବା ପାଇଁ ସଂସଦକୁ ଫେରିବେ ନିଲମ୍ବିତ ହୋଇଥିବା ୧୪ ଜଣ ବିରୋଧୀ ଦଳ ସାଂସଦ

ଶୀତକାଳୀନ ଅଧିବେଶନ ସମୟରେ ନିଲମ୍ବିତ ହୋଇଥିବା ୧୪ ଜଣ ବିରୋଧୀ ଦଳ ସାଂସଦ ବଜେଟ୍ ଅଧିବେଶନରେ ଭାଗ ନେବା ପାଇଁ ସଂସଦକୁ ଫେରିବେ। ଏ ସମସ୍ତଙ୍କ ମାମଲା ସ୍ବାଧିକାର କମିଟି ନିକଟକୁ ପଠାଯାଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଯେ, ଏନେଇ ସରକାର ଲୋକସଭା ଓ ରାଜ୍ୟସଭାକୁ ଅନୁରୋଧ କରିଥିଲେ ଏବଂ ଏଥିରେ ଲୋକସଭା ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷ ସହମତି ପ୍ରକାଶ କରିଛନ୍ତି।ଉଭୟ ଲୋକସଭା ଓ ରାଜ୍ୟସଭାକୁ ଅନୁରୋଧ କରାଯାଇଥିଲା ଯେ, ଶୀତ ଅଧିବେଶନରେ ସାଂସଦମାନଙ୍କ ଆଚରଣ ପାଇଁ ସେମାନେ ଦୁଃଖ ପ୍ରକାଶ କରିବା ପରେ ତାଙ୍କ ନିଲମ୍ବନକୁ ରଦ୍ଦ କରିଯାଉ। ଏଠାରେ ସୂଚନାଯୋଗ୍ୟ, ସାଂସଦମାନଙ୍କ ଲଗାତାର ବିରୋଧ ପ୍ରଦର୍ଶନ ପରେ ଲୋକସଭା ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ପାଇଁ ବାଧ୍ୟ ହୋଇଥିଲେ।

Related Articles

Back to top button