ଭାରତ ଓ ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ।

ଭାରତ ଓ ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ। ଲଣ୍ଡନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ସାକ୍ଷାତ ସମୟରେ ଗୁରୁବାର ଏହି ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଚୁକ୍ତି ସ୍ୱାକ୍ଷରିତ ହେବା ପରେ, ଦୁଇ ଦେଶ ମଧ୍ୟରେ ନିବେଶ ବୃଦ୍ଧି ପାଇବା ସହ ନିଯୁକ୍ତି ସୁଯୋଗ ଉପଲବ୍ଧ ହେବ। ବିଶ୍ୱସ୍ତରରେ ମଧ୍ୟ ଉଭୟ ଦେଶର ଅର୍ଥନୀତି ସୁଦୃଢ଼ ହେବ। ଏହି ଚୁକ୍ତିକୁ ଚୂଡାନ୍ତ ରୂପ ଦେବା ଲାଗି ଗତ ତିନି ବର୍ଷ ହେବ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଥିଲା।ସୂଚନା ଅନୁଯାୟୀ, ଭାରତର କୋଇଲା ରପ୍ତାନି ଉପରେ ୯୯% ପର୍ଯ୍ୟନ୍ତ ଶୁଳ୍କ ହ୍ରାସ ସହ 90% ଉତ୍ପାଦ ଉପରେ ଶୁଳ୍କ ହ୍ରାସ ହେବ କିମ୍ବା ହଟାଇ ଦିଆଯିବ। ଏହି ଚୁକ୍ତି ପରେ, ଔଷଧ, ଇଲେକ୍ଟ୍ରୋନିକ୍ସ ଏବଂ ଫ୍ୟାଶନ୍ ଭଳି ସାମଗ୍ରୀ ଶସ୍ତା ହେବ। ତଥାପି, କିଛି ଜିନିଷର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ।

Related Articles

Back to top button