ପଞ୍ଚଭୂତରେ ଲୀନ ହେଲେ ହୀରାବେନ, ମାଆଙ୍କୁ ମୁଖାଗ୍ନି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଗାନ୍ଧିନଗର: ହୀରାବେନଙ୍କ ଅନ୍ତିମ ସଂସ୍କାର ହେଉଛି ଗାନ୍ଧିନଗର ଠାରେ । ମାଆଙ୍କୁ ମୁଖାଗ୍ନି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶୁକ୍ରବାର ରାତି ୩.୩୦ରେ ହୀରାବେନଙ୍କ ପରଲୋକ ଘଟିଥିଲା । ଏହାପରେ ତାଙ୍କ ମର ଶରୀରକୁ ଅଣା ଯାଇଥିଲା ମୋଦୀଙ୍କ ସାନ ଭାଇଙ୍କ ଘରକୁ । ମୋଦୀ ଅହମଦାବାଦ ବିମାନ ବନ୍ଦରରେ ପହଁଚି ସେଠାରୁ ସିଧା ବାସଭବନକୁ ଫେରିଥିଲେ ଏବଂ ମାଆଙ୍କ ଶେଷ ଦର୍ଶନ କରିଥିଲେ । ମାଆଙ୍କ ଶବକୁ ନିଜେ କାନେ୍ଧଇ ମଶାଣିରେ ପହଁଚି ମୁଖାଗ୍ନି ଦେଇଛନ୍ତି ।

ଯେତେବେଳେ ନରେନ୍ଦ୍ରମୋଦୀ ପ୍ରଧାନମନ୍ତ୍ରୀ ରୂପରେ ଦାୟିତ୍ୱ ନେଲେ ସେତେବେଳେ ମଧ୍ୟ ତାଙ୍କ ମାଆ କୌଣସି ଜୀବନ ଶୈଳୀ ପରିବର୍ତ୍ତନ କରିନଥିଲେ । ସିଧାସଳଖ ଜୀବନ ଯାପନ କରୁଥିଲେ ଏବଂ ନିଜ ଗାଁ ଘରେ ରହୁଥିଲେ । ପ୍ରଧାନମନ୍ତ୍ରୀ ଗୁଜୁରାଟ ଗସ୍ତରେ ଯିବା ବେଳେ ସେ ମାଆଙ୍କ ପାଖକୁ ଯାଇ ସର୍ବଦା ବର୍ତ୍ତାଳାପ କରନ୍ତି । ସେତେବେଳେ ଅନେକ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଥାଏ, କିପରି ମୋଦୀଙ୍କ ମାଆ ତାଙ୍କୁ ଖୁଆଇ ଦେଉଛନ୍ତି ଏବଂ କିପରି କଥାବର୍ତ୍ତା ହେଉଛନ୍ତି । ସବୁ ଚିତ୍ରରେ ଦେଖାଯାଏ ଜଣେ ମାଆ ପାଖେ ଛୁଆ ଯେତେ ବଡ଼ ହେଲେ ମଧ୍ୟ ତା ପାଖେ ସବୁବେଳେ ଛୋଟ ।

Related Articles

Back to top button