ଜି-୨୦ ଶିଖର ସମ୍ମିଳନୀ ବୈଠକ ପରେ ସମସ୍ତ ରାଜନୈତିକ ଦଳର ମୁଖ୍ୟଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୨୦୨୩ରେ ଭାରତରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ । ଏଥି ପାଇଁ ଗତକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠରେ କିଛି କେନ୍ଦ୍ରମନ୍ତ୍ରୀ ମାନଙ୍କ ସହ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଯୋଗ ଦେଇଥିଲେ । ଆଗକୁ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ଉପରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।

ବୈଠକ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଟିଏ ପରେ ଗୋଟିଏ ରାଜନୈତିକ ଦଳର ମୁଖ୍ୟଙ୍କୁ ଭେଟିଥିଲେ ବୋଲି ସୂଚନା ମିଳିଛି । ସବୁଠାରୁ ବଡ଼ କଥା ହେଉଛି ମୋଦୀ ସରକାରଙ୍କୁ ସବୁ ବେଳେ ବିରୋଧ କରି ଅସୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ସହ ଏକାଠି କଥା ହେଉଥିବା ଦେଖିବାକୁ ମିଳିଛନ୍ତି । ଖାଲି ମମତା ନୁହଁନ୍ତି କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ, ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ସହ ବେଶ ଖୁସିରେ ପ୍ରଧାନମନ୍ତ୍ରୀ କଥା ହେଉଥିବା ନଜର ଆସିଥିଲେ ।

ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରୁଥିବା ଏକ ଫଟୋରେ ଦେଖିବାକୁ ମିଳିଛନ୍ତି । ଗୁଜୁରାଟ ନିର୍ବାଚନରେ ​​ବିଜେପି ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ହାତ ମିଳାଇ ଅଭିନନ୍ଦନ ଜଣାଇଥିଲେ । ବାସ୍ତବରେ ସର୍ବଦଳୀୟ ବୈଠକ ପରେ ଏହି ଚିତ୍ର ରାଜନୈତିକ ଦଳ ଗୁଡ଼ିକୁ ଏକ ବଡ଼ ବାର୍ତ୍ତା ଦେଉଛି ବୋଲି କହିଲେ ହୁଏତ ଭୁଲ ହେବନାହିଁ ।

ଦଳ ଅଲଗା ହେଲେ ବି ସମସ୍ତଙ୍କ ପାଇଁ ଏକତା ଏଠି ବଡ଼ ପ୍ରମାଣ କରିଛି । ଜି-୨୦ ବୈଠକ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କିଛି ଜରୁରୀ ଆଲୋଚନା କରିଥିବା ଦେଖିବାକୁ ମିଳିଛି । ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ସହ ମୋଦୀ କଥାବାର୍ତ୍ତା କରୁଥିବା ମଧ୍ୟ ଦେଖିବାକୁ ମିଳିଛନ୍ତି । ଏହି ସମୟରେ କଂଗ୍ରେସ ନେତା ଉଦିତ ରାଜ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରୁଥିବା ନଜର ଆସିଛନ୍ତି ।

Related Articles

Back to top button