ଗେମିଂ ଆପ୍ କୁ ୧ ଲକ୍ଷ କୋଟି ଟଙ୍କା ଠକେଇ ଘଟଣାରେ କାରଣ ଦର୍ଶାଇ ନୋଟିସ

ଦେଶରେ ବ୍ୟାପକ କର ଠକେଇ କରୁଛନ୍ତି ଗେମିଂ ଆପ୍ । ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ଠକେଇ ଘଟଣାରେ କାରଣ ଦର୍ଶାଇ ନୋଟିସ ଜାରି କରିଛନ୍ତି ଜିଏସଟି କର୍ତ୍ତୃପକ୍ଷ । ତେବେ ଅକ୍ଟୋବର ୧ରୁ ବିଦେଶୀ ଗେମିଂ କମ୍ପାନି ଭାରତରେ ପଞ୍ଜିକରଣ କରିଥିବା ନେଇ କୌଣସି ତଥ୍ୟ ନାହିଁ ବୋଲି କୁହାଯାଇଛି ।

ଅକ୍ଟୋବର ୧ ପରେ ବିଦେଶୀ ଅନଲାଇନ ଗେମିଂ କମ୍ପାନି ଭାରତରେ ପଞ୍ଜିକରଣ କରିବା ଜରୁରୀ ବୋଲି ଜିଏସଟି ଆଇନକୁ ସଂଶୋଧନ କରାଯାଇଛି । ଅନଲାଇନ ଗେମିଂ ପ୍ଲାଟଫର୍ମ ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ ଲାଗି ଗତ ଅଗଷ୍ଟରେ ଜିଏସଟି ପରିଷଦ ନିଷ୍ପତ୍ତି ନେଇଥିଲା ।

୧ ଲକ୍ଷ କୋଟି ଟଙ୍କା ଠକେଇ ଘଟଣାରେ ବିଭିନ୍ନ ଅନଲାଇନ ଗେମିଂ କମ୍ପାନିଙ୍କୁ ନୋଟିସ ଜାରି କରାଯାଇଛି । ସେହି କମ୍ପାନିଙ୍କ ମଧ୍ୟରେ ରହିଛନ୍ତି ଡ୍ରିମ ୧୧ ଓ ଡେଲଟା କର୍ପ ଇତ୍ୟାଦି । ୨୧ ହଜାର କୋଟି ଟଙ୍କା ଠକେଇ ଅଭିଯୋଗରେ ଗେମସକ୍ରାଫ୍ଟ ବିରୋଧରେ ଗତ ସେପ୍ଟେମ୍ବରରେ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା ।

Related Articles

Back to top button