
ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଆଶରଫ ଅହମ୍ମଦଙ୍କୁ ଗୁଳି କରି ହତ୍ୟା
ନୂଆଦିଲ୍ଲୀ: ପ୍ରୟାଗରାଜରେ ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଆଶରଫ ଅହମ୍ମଦଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୂଚନା ଅନୁଯାୟୀ, ଉଭୟଙ୍କୁ ୧୦ ରୁ ଅଧିକ ଗୁଳି ଲାଗିଛି। ଉଲ୍ଲେଖନୀୟ କଥା ହେଉଛି, ଦୁଇ ଦିନ ପୂର୍ବେ ତାଙ୍କ ପୁଅ ଆସାଦ ଏକ ଏନକାଉଣ୍ଟରରେ ମୃତ୍ୟୁ ବରଣ କରିଥିଲେ। ଅତିକ ଏବଂ ଆଶ୍ରାଫ୍ ପୋଲିସ୍ ହେପାଜତରେ ଥିଲେ।
ଗ୍ୟାଙ୍ଗଷ୍ଟରର ଓକିଲ ବିଜୟ ମିଶ୍ର କହିଛନ୍ତି ଯେ, ସାମ୍ବାଦିକମାନଙ୍କ ଭିଡ଼ରୁ କେହି ଜଣେ ଅତିକ ଅହମ୍ମଦ ଏବଂ ତାଙ୍କ ଭାଇଙ୍କୁ ଅତି ନିକଟରୁ ଗୁଳି ଚଳାଇଥିଲେ। ମିଶ୍ର କହିଛନ୍ତି ଯେ ଯେତେବେଳେ ତାଙ୍କୁ ଗୁଳି କରାଯାଇଥିଲା ସେତେବେଳେ ସେ ତାଙ୍କ ସହ ଠିଆ ହୋଇଥିଲେ। ତେବେ ଏହି ହତ୍ୟା ମାମଲା ସମ୍ପର୍କରେ ପୋଲିସ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଦେଇନାହିଁ।