ଗ୍ୟାଙ୍ଗଷ୍ଟର ରାଜୁ ଥେଟ ମୃତ; ଘର ପାଖରେ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ଗ୍ୟାଙ୍ଗୱାର୍‌ରେ ଟଳିପଡ଼ିଲା ଗ୍ୟାଙ୍ଗଷ୍ଟର ରାଜୁ ଥେଟ୍। ଶନିବାର ରାଜସ୍ଥାନର ଉଦ୍ୟୋଗନଗର ଅଞ୍ଚଳର ଶିକର ଠାରେ  ତାଙ୍କ ଘର ପାଖରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ରାଜୁ ଥେଟ୍‌ଙ୍କର ଆନନ୍ଦପାଲ ଗ୍ୟାଙ୍ଗ ସହ ଶତ୍ରୁତା ଲାଗି ରହିଥିଲା।

ପୁଲିସର ସୂଚନା ଅନୁସାରେ, ଆନନ୍ଦପାଲ ଗ୍ୟାଙ୍ଗ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ସହ ମିଶି କାମ କରୁଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର କୁଖ୍ୟାତ ଅପରାଧି ରୋହିତ ଗୋଦରା ଏହି ହତ୍ୟାକାଣ୍ଡର ଦାୟୀ ରହିଛି। ଏନେଇ ସେ କହିଛି ଯେ ଆନନ୍ଦପାଲ ଓ ବଲବୀରଙ୍କ ହତ୍ୟାର ପ୍ରତିଶୋଧ ସେ ନେଇଛି ବୋଲି ରୋହିତ କହିଛି।

ରାଜୁଙ୍କୁ ଗୁଳି କରି ହତ୍ୟା କରିବା ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି। ଅପରାଧିମାନେ ରାଜୁଙ୍କ ଉପରେ ଖୁଲମଖୁଲା ଗୁଳି ଚଳାଉଛନ୍ତି। ୪ ଗଣ ଅପରାଧି ତାଙ୍କୁ ଗୁଳି ମାରୁଥିବା ଭିଡିଓରେ ଭାଇରାଲ୍ ହେଉଛି।

Related Articles

Back to top button