କୋର୍ଟରେ ହାଜର କରାଇବା ପାଇଁ ରାଜସ୍ଥାନ ପୋଲିସ ନେଉଥିବା ବେଳେ ଗ୍ୟାଙ୍ଗଷ୍ଟାର ଗ୍ୟାଙ୍ଗଷ୍ଟାର ସନ୍ଦୀପ ବିଶ୍ନୋଇଙ୍କୁ ଗୁଳି କରି ହତ୍ୟା

ନାଗୌର: ରାଜସ୍ଥାନର ନାଗୌର କୋର୍ଟ ପରିସରରେ ଗ୍ୟାଙ୍ଗଷ୍ଟାର ସନ୍ଦୀପ ବିଶ୍ନୋଇଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସ୍ଥାନୀୟ ପୋଲିସ ସନ୍ଦୀପଙ୍କୁ କୋର୍ଟରେ ହାଜର କରାଇବା ପାଇଁ ନେଉଥିବା ବେଳେ ଏକ କଳା କାରରେ ଶୁଟରମାନେ ଆସି ଆଖି ବୁଜା ଗୁଳି ଚାଳନା କରିଥିଲେ । ଏଥିରେ ସନ୍ଦୀପ ଘଟଣା ସ୍ଥଳରେ ଟଳି ପଡିଥିଲେ । ଗୁଳି ମାରିବା ପରେ ଅପରାଧୀମାନେ ସେ ସ୍ଥାନ ଛାଡି ପଳାଇ ଯାଇଥିଲେ । ପୋଲିସ ସମ୍ପୂର୍ଣ୍ଣ ଅଂଚଳକୁ ଘେରାଉ କରି ହତ୍ୟକାରୀଙ୍କୁ ଖୋଜୁଛି । ସନ୍ଦୀପ ହରିୟାଣାର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଓ ସୁପାରୀ କିଲର ଥିଲା । ଏହା ଏକ ଗ୍ୟାଙ୍ଗ ୱାର ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ନାଗୌରରେ ଏକ ବ୍ୟବସାୟୀ ଏବଂ ୨ ପୋଲିସ କର୍ମୀଙ୍କ ହତ୍ୟା ପଛରେ ସନ୍ଦୀପ ଜଡିତ ଥିଲା । ରାଜୁ ଫୌଜୀ ଓ ସନ୍ଦୀପ ମିଳିତ ଭାବେ ଏହି କାଣ୍ଡ ଘଟାଇଥିଲେ । ୩ ବର୍ଷ ତଳେ ଜଣେ ମହିଳା ତାଙ୍କ ପତିକୁ ମାରିବା ପାଇଁ ୩୦ ଲକ୍ଷ ଟଙ୍କାର ସୁପାରୀ ତାଙ୍କୁ ଦେଇଥିଲେ । ଏହି ଘଟଣାରେ ସନ୍ଦୀପ ଗିରଫ ହୋଇ ନାଗୌର ଜେଲରେ ଥିଲେ । ସନ୍ଦୀପଙ୍କ ବିରୋଧୀ ଗୋଷ୍ଠୀ ଏହି କାଣ୍ଡ ରଚିଥିବା କହୁଥିବା ବେଳେ ସେମାନେ କିଏ ତାହା ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ ।

Related Articles

Back to top button