ବେଆଇନ ଭାବେ ଲାଇବ୍ରେରୀ ନିର୍ମାଣ ଅଭିଯୋଗରେ ଗୌତମ ଗମ୍ଭୀରଙ୍କୁ ସମନ କଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ: ବେଆଇନ ନିର୍ମାଣ ଅଭିଯୋଗରେ ବିଜେପି ସାଂସଦ ତଥା କ୍ରିକେଟର ଗୌତମ ଗମ୍ଭୀରଙ୍କୁ ସମନ କଲେ ଦିଲ୍ଲୀ କୋର୍ଟ। ଦିଲ୍ଲୀ ମ୍ୟୁନିସିପାଲଟିରେ ଜାଗାରେ ବେଆଇନ ଲାଇବ୍ରେରୀ ନିର୍ମାଣ ଘଟଣାରେ ଗମ୍ଭୀରଙ୍କ ବିରୋଧରେ ଆବେଦନ ହୋଇଥିଲା। ପ୍ରିୟା ଏନକ୍ଲାଭରେ ଏକ ଅଳିଆ ଗଦା ପାଇଁ ଥିବା ମ୍ୟୁନିସିପାଲଟି ଜାଗାରେ ଗମ୍ଭୀର ବେଆଇନ ଭାବେ ଲାଇବ୍ରେରୀ ନିର୍ମାଣ କରିଛନ୍ତି।

କରକାରଡୋମା କୋର୍ଟର ଅତିରିକ୍ତ ବରିଷ୍ଠ ସିଭିଲ ଜଜ୍ ହିମାଂଶୁ ରମଣ ସିଂହ ଗମ୍ଭୀରଙ୍କୁ ସମନ କରିଛନ୍ତି। ୨୦୨୨ ଡିସେମ୍ବର ୧୩ ତାରିଖରେ ହାଜର ହେବାକୁ ସମନରେ କୁହାଯାଇଛି। ଆବେଦନ କର୍ତ୍ତାଙ୍କ ଓକିଲ ରବି ବର୍ମା ଓ ରୋହିତ କୁମାରଙ୍କ ମହିୟା ଗମ୍ବୀର ଓ ଏମ୍‌ସିଡି ବିରୋଧରେ ଏକ ଆବେଦନ କରିଛନ୍ତି। ବେଆଇନ ନିର୍ମାଣ ରୋକିବାକୁ ଆବେଦନରେ କୁହାଯାଇଛି। ଏହି ମାମଲା ଧାରା ସେକ୍ସନ ୯୧ ସିପିସି ଅଧିନରେ ଆସୁଛି ବୋଲି ଆବେଦକ ଦର୍ଶାଇଛନ୍ତି।

ଅଭିଯୋଗ ଅନୁସାରେ, ଗମ୍ଭୀର ଏମ୍‌ସିଡିର ବରିଷ୍ଠ ଅଫିସରଙ୍କୁ ମତାଇ ବେଆଇନ ଭାବେ ଲାଇବ୍ରେରୀ ନିର୍ମାଣ କରୁଛନ୍ତି। ଏହି ସ୍ଥାନରେ ପୂର୍ବରୁ ଅଳିଆ ଗଦା ଥିଲା।

ଅଭିଯୋଗ ଅନୁସାରେ, ଗମ୍ଭୀର ଏମ୍‌ସିଡିର ବରିଷ୍ଠ ଅଫିସରଙ୍କୁ ମତାଇ ବେଆଇନ ଭାବେ ଲାଇବ୍ରେରୀ ନିର୍ମାଣ କରୁଛନ୍ତି। ଏହି ସ୍ଥାନରେ ପୂର୍ବରୁ ୩୦୦ ସ୍କୋୟାର ଫିଟର ଅଳିଆ ଗଦା ଥିଲା। ହେଲେ ଏମ୍‌ସିଡିର ବରିଷ୍ଠ ଅଧିକାରୀ ଅଳିଆ ଗଦାକୁ ଚତୁରତାର ସହ ହଟେଇ ଦେଲେ। ପରେ ଗମ୍ଭୀର କୌଣସି ଆଇଗତ ଅନୁମତି ନ ନେଇ ଜାଗା ଦଖଲ କରିଦେଲେ ବୋଲି ଅଭିଯୋଗ ହୋଇଛି।

ଗମ୍ଭୀରଙ୍କର ବେଆଇନ ଦଖଲ ନେଇ ପୂର୍ବରୁ ବିଜେପି ବିଧାୟକ ଅନୀଲ ବାଜପେୟୀ ଓ ଉପରାଜ୍ୟପାଳଙ୍କୁ ଜଣାଇଥିଲେ। ହେଲେ ଫଳ ଶୂନ ହୋଇଥିଲା। ଏହା ବାଦ୍ ଅକ୍ଟୋବର ୭ ତାରିଖ୨୦୨୨ରେ ମଧ୍ୟ ଏକ ଆର୍ଟିକଲ ପ୍ରକାଶ ପାଇଥିଲା। ଯେଉଁଥିରେ ଗମ୍ଭୀର ନିର୍ମାଣ ପାଇଁ କୌଣସି ଅନୁମତି ନେଇ ନଥିଲେ ବୋଲି ଉଲ୍ଲେଖ ରହିଥିଲା।

ଏହି ଦୁଇଟି ଯାକ ପ୍ରମାଣ କୋର୍ଟରେ ହୋଇଥିବା ଆବେଦନରେ ଦିଆଯାଇଛି। ଏଣୁ ଏମ୍‌ସିଡି ପୁଣିଥରେ ସେହି ସ୍ଥାନକୁ ନେଇ ନେଇ ଗମ୍ଭୀରଙ୍କର ବେଆଇନ ନିର୍ମାଣ ଉଚ୍ଛେଦ କରୁ ବୋଲି ଆବେଦନ କରାଯାଇଛି। ଏହି ମାମଲାରେ କୋର୍ଟ ଗମ୍ଭୀରଙ୍କୁ ତାଙ୍କ ପକ୍ଷ ରଖିବାକୁ ଚଳିତ ବର୍ଷ ଡିସେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି।

Related Articles

Back to top button