ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ଜିବିଏସ୍ ସିଣ୍ଡ୍ରୋମ ରୋଗର ପ୍ରକୋପ

ଦେଶରେ ଜିବିଏସ୍ ସିଣ୍ଡ୍ରୋମ ରୋଗର ପ୍ରକୋପ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହି ରୋଗ ଏବେ ରାଜ୍ୟରୁ ରାଜ୍ୟକୁ ବ୍ୟାପିବାରେ ଲାଗିଛି । ଗତ ୪ ଦିନ ମଧ୍ୟରେ ପଶ୍ଚିମବଙ୍ଗରେ ଜିବିଏସ୍ ରେ ଜଣେ ଶିଶୁ ଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ମୃତ୍ୟୁର କାରଣ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ଏପର୍ୟ୍ୟନ୍ତ ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରିନାହିଁ ।ଜାନୁଆରୀ ୨୬ ରେ କୋଲକାତାର ବିସି ରୟ ହସ୍ପିଟାଲରେ ଦେବକୁମାରଙ୍କ ମୃତ୍ୟୁ ହୋଇଥିବା ବେଳେ ସହରର ଏନଆରଏସ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅମଡାଙ୍ଗାର ମନାଲଙ୍କ ପରଦିନ ମୃତ୍ୟୁ ହୋଇଥିଲା ।ମୃତକ ଦେବକୁମାର ସାହୁଙ୍କ ମାମୁଁ ଗୋବିନ୍ଦ ସାହୁ କହିଛନ୍ତି, ‘ତାଙ୍କ ମୃତ୍ୟୁ ଜିବି ସିଣ୍ଡ୍ରୋମରେ ହୋଇଛି ବୋଲି ଡାକ୍ତର କହିନାହାଁନ୍ତି , କିନ୍ତୁ ମୃତ୍ୟୁ ପ୍ରମାଣପତ୍ରରେ ଜିବି ସିଣ୍ଡ୍ରୋମ ଉଲ୍ଲେଖ ରହିଛି’ ।

ମିଳିଥିବା ସୂଚନା ଅନୁଯାୟୀ, ସନ୍ଦିଗ୍ଧ ଜିବି ସିଣ୍ଡ୍ରୋମରେ ଆଉ ୪ ଜଣ ଶିଶୁ ବିସି ରୟ ହସ୍ପିଟାଲ ଓ ଇନଷ୍ଟିଚ୍ୟୁଟ୍ ଅଫ୍ ଚାଇଲ୍ଡ ହେଲ୍ଥରେ ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପଶ୍ଚିମବଙ୍ଗରେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି ଏବଂ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ।ମହାରାଷ୍ଟ୍ରରେ ଏହି ରୋଗ ଭୟଙ୍କର ରୂପ ଧାରଣ କରିଛି। ମହାରାଷ୍ଟ୍ରର ପୁଣେ ବ୍ୟତୀତ ସୋଲାପୁର, କୋହ୍ଲାପୁର ଓ ନାଗପୁରରେ ଏହି ରୋଗ ବ୍ୟାପିଛି । ପୁଣେରେ ସର୍ବାଧିକ ମାମଲା ରହିଛି । ଏହି ରୋଗରେ ପୀଡ଼ିତ ୧୪ ଜଣ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି ।

Related Articles

Back to top button