ଗୋ ଫାଷ୍ଟ ବିମାନ ଉପରେ ୧୦ଲକ୍ଷ ଜରିମାନା ଲଗାଇଲା ଡିଜିସିଏ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଗୋ ଫାଷ୍ଟ ବିମାନ ଉପରେ ୧୦ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ଜାନୁଆରୀ ୯ରେ ବେଙ୍ଗାଲୁରୁ-ଦିଲ୍ଲୀ ଯାଉଥିବା ଗୋ ଫାଷ୍ଟ ବିମାନ ୫୫ଜଣ ଯାତ୍ରୀଙ୍କୁ ବେଙ୍ଗାଲୁରୁରେ ଛାଡ଼ି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା। ଏହାପରେ ବିମାନ କମ୍ପାନୀର ଯାଞ୍ଚ ପରେ ଜଣାପଡ଼ିଥିଲା ଯେ, ଗୋ ଫାଷ୍ଟର ଯୋଗାଯୋଗରେ ସମସ୍ୟା ରହିଥିଲା। ତେଣୁ ଡିଜିସିଏ ଉକ୍ତ ବିମାନ ଉପରେ ଜରିମାନା ଲଗାଇଛି। ଏହାପୂର୍ବରୁ ପରିସ୍ରା ବିବାଦକୁ ନେଇ ଏୟାର ଇଣ୍ଡିଆ ଉପରେ ଡିଜିସିଏ ୫୦ଲକ୍ଷ ଟଙ୍କା ଜରିମାନା ଲଗାଇଥିଲା।

Related Articles

Back to top button