ଇନଡୋର ଷ୍ଟାଡିୟମରେ ନକଲି ଯବାନ

ନକଲି ଯବାନ ଅଟକ । ସ୍ଵାଧୀନତା ଦିବସ ଅବସରରେ ତାଳବଣିଆ ଇନଡୋର ଷ୍ଟାଡିୟମ୍ କୁ ନକଲି ଯବାନ ପୋଷାକ ପିନ୍ଧି ଆସିଥିଲେ । ତାଙ୍କୁ ଚିହ୍ନଟ ପରେ ପୋଲିସ ଅଟକ ରଖିଲା। ଅଟକ ନକଲି ଯବାନ ପୁରୀ କୁମ୍ଭାରପଡା ଅଞ୍ଚଳର ସୁନୀଲ କୁମାର । ଜାତୀୟ ପତାକା ଉତ୍ତୋଳନ ପୂର୍ବରୁ ତାଙ୍କୁ ଚିହ୍ନଟ କରାଯାଇଥିଲା। ଗଣମାଧ୍ୟମ ପାଇଁ ଉଦ୍ଧିଷ୍ଟ ଟେଣ୍ଟରେ ସେ ଆର୍ମି ଅଧିକାରୀଙ୍କ ପୋଷାକ ପିନ୍ଧି ବସିଥିଲେ। ମୁହଁରେ କପଡ଼ା ବାନ୍ଧିବା ସହ ଏନସିସି ଅଧିକାରୀଙ୍କ ପାଖରେ ବସି ରହିଥିଲେ ।

ତାଳବଣିଆ ଇନଡୋର ଷ୍ଟାଡିୟମ ପରେଡ୍ ଗ୍ରାଉଣ୍ଡରେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଏହି ନକଲି ଯବାନ ଜଣକ ଗ୍ରାଉଣ୍ଡ ଭିତରକୁ କିଭଳି ପ୍ରବେଶ କଲେ ଏବଂ ଆର୍ମି ଅଧିକାରୀଙ୍କ ଡ୍ରେସ୍‌ କିଭଳି ପରିଧାନ କଲେ ସେନେଇ ପୋଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

Related Articles

Back to top button