କ୍ରମାଗତ ଭାବେ ସୁନା ଦର ହ୍ରାସ ପାଇବାରେ ଲାଗିଛି।

କ୍ରମାଗତ ଭାବେ ସୁନା ଦର ହ୍ରାସ ପାଇବାରେ ଲାଗିଛି। ଗତ ଏକ ସପ୍ତାହ ମଧ୍ୟରେ ସୁନା ମୂଲ୍ୟରେ ୩୭୧୦ ଟଙ୍କାର ହ୍ରାସ ଘଟିଛି। କେବଳ ଦିଲ୍ଲୀ ବିଷୟରେ କହିବାକୁ ଗଲେ, ନଭେମ୍ବର ୧୭ରେ ଦିଲ୍ଲୀରେ ୨୪ କ୍ୟାରେଟ ସୁନା ମୂଲ୍ୟ ୭୫,୮୦୦ ଟଙ୍କାରେ ମିଳିଛି। ଏବେ ଆସନ୍ତୁ ଜାଣିବା ଭାରତର କେଉଁ ସହରରେ ୧୦ ଗ୍ରାମ ସୁନା କେତେ ମିଳୁଛି। ଏହା ସହ ସୁନା ଦର କାହିଁକି ଏତେ ହ୍ରାସ ପାଉଛି ତାହା ମଧ୍ୟ ଆମେ ଜାଣିବାର ଦରକାର ଅଛି।  ମନିକଣ୍ଟ୍ରୋଲର ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୫,୮୦୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୬୯,୫୦୦ ଟଙ୍କାରେ ବିକ୍ରି ହେଉଛି। ମୁମ୍ବାଇ, କୋଲକାତା ଓ ଚେନ୍ନାଇରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୭୫,୨୫୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୬୯,୩୫୦ ଟଙ୍କାରେ ବିକ୍ରି ହେଉଛି।

ଚେନ୍ନାଇରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୭୫,୨୫୦ ଟଙ୍କା ଥିବା ବେଳେ ଭୋପାଳ ଓ ଅହମ୍ମଦାବାଦରେ ୭୫,୪୫୦ ଟଙ୍କା ରହିଛି। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୭୫,୮୦୦ ଟଙ୍କାରେ ବିକ୍ରି ହେଉଛି। ଜୟପୁର ଓ ଚଣ୍ଡିଗଡ଼ରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ସମାନ ରହିଛି।ଆମେରିକାରେ କ୍ରମାଗତ ଦୁଇଟି ଏଫ୍ଓଏମସି ବୈଠକରେ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସ କରିବା ପରେ ଡଲାର ମଜବୁତ ହେବାରେ ଲାଗିଛି ଏବଂ ଏହାର ପ୍ରଭାବ ସିଧାସଳଖ ସୁନା ଦର ଉପରେ ପଡିଛି। ଏହି କାରଣରୁ ସୁନା ଦରରେ ହ୍ରାସ ଦେଖିବାକୁ ମିଳୁଛି। ବିଶ୍ୱ ବଜାରରେ କମେକ୍ସରେ ସୁନା ଦର ଆଉନ୍ସ ପିଛା ୨,୫୭୦.୧୦ ଡଲାରକୁ ଖସି ଆସିଛି। ଗତ ଏକ ସପ୍ତାହ ମଧ୍ୟରେ ସୁନା ଦର ଆଉନ୍ସ ପିଛା ୨୬୨୨.୪୫ ଡଲାରକୁ ବୃଦ୍ଧି ପାଇଛି। ଅର୍ଥାତ୍ ଏହାର ଦାମ୍ ଆଉନ୍ସ ପିଛା ୫୦ ଡଲାରରୁ ଅଧିକ କୁ ଖସି ଆସିଛି।

Related Articles

Back to top button