ପ୍ରତି ୫ ଜଣରେ ଜଣେ ନାବାଳିକାର ହେଉଛି ବିବାହ ।

ପ୍ରତି ୫ ଜଣରେ ଜଣେ ନାବାଳିକାର ହେଉଛି ବିବାହ । ବାଳ ବିବାହ ଓ ବେଆଇନ ବିବାହକୁ ରୋକିବାକୁ ଯେତେ ଆଇନ, କଟକଣା ଲଗାଇଲେ ମଧ୍ୟ ଏହିପରି ବିବାହ ହେବା ଉପରେ ଲାଗୁନି ରୋକ । ଗତ ବର୍ଷ ସରକାରଙ୍କ ତରଫରୁ ପ୍ରାୟ ୨ ଲକ୍ଷ ବାଳ ବିବାହ ରୋକା ଯାଇଥିଲା । କିନ୍ତୁ ଏବେ ମଧ୍ୟ ଦେଶରେ ପ୍ରତି ୫ ଜଣରେ ଜଣେ ନାବାଳିକା ୧୮ ବର୍ଷ ପୂର୍ବରୁ ବିବାହ କରୁଛନ୍ତି ବୋଲି ବୁଧବାର ମହିଳା ଓ ବାଳ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଏହି ସୂଚନା ଦେଇଛନ୍ତି ।

ମନ୍ତ୍ରୀ ବାଳ ବିବାହ ମୁକ୍ତ ଭାରତ ଅଭିଯାନ ଆରମ୍ଭ କରିବା ଆବସରରେ କହିଛନ୍ତି କି, ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ୨୦୨୯ ସୁଦ୍ଧା ବାଳ ବିବାହ ହାର ପାଞ୍ଚ ପ୍ରତିଶତରୁ କମ କରିବାକୁ ଲକ୍ଷ୍ୟ ରଖାଯାଇଛି । ବାଳ ବିବାହ ମୁକ୍ତ ଅଭିଯାନ ପଶ୍ଚିମ ବଙ୍ଗ, ରାଜସ୍ଥାନ, ତ୍ରିପୁରା, ଆସାମ ଓ ଆନ୍ଧ୍ରପ୍ରଦେଶ ରେ ବିଶେଷ ରୂପେ କେନ୍ଦ୍ରିତ ହୋଇଥିବା ବେଳେ ୩୦୦ ଜିଲ୍ଲାକୁ ଧ୍ୟାନ ଦିଆଯିବ । ମନ୍ତ୍ରୀ କହିଛନ୍ତି, ବାଳ ବିବାହ ମାନବାଧିକାର ଉଲ୍ଲଙ୍ଘନ ସବୁଠାରୁ ଗମ୍ଭୀର ଓ ଆଇନ ଅନୁଯାୟୀ ଅପରାଧ । ଏଥିପାଇଁ ଆଇନଗତ ପଦକ୍ଷେପ ନିଆଯାଉଥିବା ବେଳେ ଲୋକଙ୍କ ଭିତରେ ବାଳ ବିବାହ ବା ବେଆଇନ ବିବାହ ରୋକିବା ଦିଗରେ ଲୋକଙ୍କ ଭିତରେ ସଚେତନତା ଆଣିବାର ଆବଶ୍ୟକତା ରହିଛି ।ରିପୋର୍ଟ ମୁତାବକ, ବାଳ ବିବାହ ଦରରେ ସବୁଠାରୁ ମହତ୍ୱପୂର୍ଣ୍ଣ ବୈଶ୍ୱିକ ହ୍ରାସ ଦକ୍ଷିଣ ଏସିଆ ଦେଶଗୁଡିକରେ ଦେଖିବାକୁ ମିଳୁଛି । ଏଥିରେ ଭାରତ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି ।

Related Articles

Back to top button