୨୩ ଜଣଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି ଭାରତ ସରକାର
ନୂଆଦିଲ୍ଲୀ : ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ ଅନୁଯାୟୀ ଭାରତ ସରକାର ୨୩ ଜଣଙ୍କୁ ଆତଙ୍କବାଦୀ ଭାବରେ ଘୋଷଣା କରିଛନ୍ତି। ଏଥି ସହିତ ସରକାର ମଧ୍ୟ ଏକ ତାଲିକା ଜାରି କରିଛନ୍ତି, ଯେଉଁଥିରେ ଲଶ୍କର୍-ଇ-ତୋଏବା ମୁଖ୍ୟ ହାଫିଜ ସଇଦ, ମୋହିଉଦ୍ଦିନ ଔରଙ୍ଗଜେବ ଆଲାମଗିର ଏବଂ ଜୈଶ-ଇ-ମହମ୍ମଦର ମକତାବ ଆମୀର ଅଛନ୍ତି। ଏହା ସହିତ ତାଲିକାରେ ହିଜବୁଲ-ମୁଜାହିଦ୍ଦିନର ଇମତିଆଜ ଅହମ୍ମଦଙ୍କ ନାମ ମଧ୍ୟ ଅଛି ।
ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ମଙ୍ଗଳବାର ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି। ଦେଶର ସମସ୍ତ ପ୍ରକାର ସାଇବର ଅପରାଧର ମୁକାବିଲା ତଥା ସମନ୍ବିତ ମୁକାବିଲା ପାଇଁ କେନ୍ଦ୍ର ସରକାର ’ଭାରତୀୟ ସାଇବର କ୍ରାଇମ ସନ୍ନ୍ବୟ କେନ୍ଦ୍ର ଗଠନ କରିଛନ୍ତି। ସାଇବର କ୍ରାଇମ ସମନ୍ବୟ କେନ୍ଦ୍ର ସହିତ ମିଳିତ ଭାବରେ ଆଞ୍ଚଳିକ ସାଇବର କ୍ରାଇମ ସମନ୍ବୟ କେନ୍ଦ୍ର ସ୍ଥାପନ କରିବାକୁ ସମସ୍ତ ରାଜ୍ୟ /କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଜାରି ହୋଇଛି।
ତେବେ ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳ ସ୍ତରରେ ଆଞ୍ଚଳିକ ସାଇବର କ୍ରାଇମ ସମନ୍ବୟ କେନ୍ଦ୍ର ସ୍ଥାପନ କରିବାକୁ କେନ୍ଦ୍ର ସରକାରଙ୍କ ପାଖରେ କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ।