ଡିଜିଟାଲ ମିଡିଆ ପାଇଁ ଗାଇଡଲାଇନ୍ ଜାରି, ସୋସିଆଲ ମିଡିଆ ପାଇଁ କମିଟି ଗଠନ କରିବେ ସରକାର

ନୂଆଦିଲ୍ଲୀ:  ଡିଜିଟାଲ ମିଡିଆ ପାଇଁ ଗାଇଡଲାଇନ ଜାରି କରିଛନ୍ତି ସରକାର । ଏଣିକି ସୋସିଆଲ ମିଡିଆ ପାଇଁ ଏକ କମିଟି ଗଠନ କରିବେ ସରକାର ।  ଫେସବୁକ୍ ଏବଂ ଟ୍ୱିଟର ପରି ସୋସିଆଲ ମିଡିଆ ପ୍ଲାଟଫର୍ମରେ କଣ୍ଟେଣ୍ଟ ବା ବିଷୟବସ୍ତୁ ସମ୍ବନ୍ଧରେ ଅଭିଯୋଗ ଆସିଲେ ଏହି କମିଟି ଏହାର ବିଚାର କରିବ ।

ଏନେଇ   ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ଆସନ୍ତା ତିନି ମାସ ମଧ୍ୟରେ ସରକାର ଏକ ସୋସିଆଲ ମିଡିଆ ଅଭିଯୋଗ ଶୁଣାଣି କମିଟି ଗଠନ କରିବେ । ଏହି କମିଟିରେ ଜଣେ ଅଧ୍ୟକ୍ଷ ଓ ୨ ଜଣ ସଦସ୍ୟ ରହିବେ । ସେମାନଙ୍କୁ ସରକାର ନିଯୁକ୍ତ କରିବେ ।

 

ସାମାଜିକ ଗଣମାଧ୍ୟମଗୁଡ଼ିକ ଦିନକୁ ଦିନ ଫେକ ନିଉଜ ପ୍ରସାର କରିବା ସହ ବିଭ୍ରାନ୍ତିମୂଳକ ଖବର ପ୍ରଚାର ପ୍ରସାର କରୁଥିବା ଅଭିଯୋଗ ହେଉଛି।  ନିୟମ ଅନୁସାରେ ଯେ କୌଣସି ଆବେଦନର ସମାଧାନ ୩୦ ଦିନ ମଧ୍ୟରେ କରାଯିବ । ଏକ ସ୍ବ-ନିୟନ୍ତ୍ରିତ ଅଭିଯୋଗ କମିଟି ଗଠନ ପାଇଁ ଅନେକ ଦିନରୁ ଦାବି ହୋଇ ଆସୁଥିଲା ।

Related Articles

Back to top button