
୨୦୨୭ ସୁଦ୍ଧା ଡିଜେଲ୍ କାର୍ ବ୍ୟାନ୍ କରିବାକୁ ସୁପାରିଶ୍ କଲେ ସରକାରୀ କମିଟି
ନୂଆଦିଲ୍ଲୀ: ଦେଶରେ ପ୍ରଦୂଷଣ ହ୍ରାସ କରିବାକୁ ହେଲେ ଭାରତରେ ଡିଜେଲ୍ ଚାଳିତ କାର୍ ବ୍ୟାନ୍ କରିବାକୁ ହେବ। ୨୦୨୭ ସୁଦ୍ଧା ଦେଶରେ ଡିଜେଲ୍ କାର୍ ବ୍ୟାନ୍ କରି ସମ୍ପୂର୍ଣ୍ଣ ଇଲେକ୍ଟ୍ରିକ୍ କିମ୍ବା ଗ୍ୟାସ୍ ଚାଳିତ କାର୍ ବ୍ୟବହାର କରିବା ଦରକାର। ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଦ୍ୱାରା ଗଠନ କରାଯାଇଥିବା ଏକ କମିଟି ଏହି ସୁପାରିଶ୍ କରିଛି। ପ୍ରଦୂଷଣ ରୋକିବାକୁ ୧୦ ଲକ୍ଷରୁ ଅଧିକ ଲୋକ ରହୁଥିବା ସହର ଓ ପ୍ରଦୂଷଣ ରୋକିବାକୁ ଏପରି ବ୍ୟବସ୍ଥା ସରକାର ଲାଗୁ କରନ୍ତୁ ବୋଲି କମିଟି ସଦସ୍ୟ ସୁପାରିଶ କରିଛନ୍ତି।
ଅଧିକ ଗ୍ରୀନ ହାଉସ ନିର୍ଗତ କରୁଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ପ୍ରମୁଖ ସ୍ଥାନରେ ରହିଥିବା ବେଳେ ଦେଶରେ ପ୍ରଦୂଷଣ ବଢ଼ିବାରେ ଲାଗିଛି। ୨୦୭୦ ସୁଦ୍ଧା ଅଙ୍ଗାରକାମ୍ଳ ନିର୍ଗତ ସମ୍ପୂର୍ଣ୍ଣ ଶେଷ କରିବା ଲକ୍ଷ୍ୟ ରଖିଥିବା ଭାରତ ପୁନଃନବୀକରଣ ପ୍ରକ୍ରିୟାରେ ୪୦% ବିଜୁଳି ଉତ୍ପାଦନ କରିବାକୁ ଚାହୁଁଛି।
ତୈଳ ମନ୍ତ୍ରଣାଳୟ ଦ୍ୱାରା ଗଠନ କରାଯାଇଥିବା ପ୍ୟାନ୍ଲ୍ ଦେଇଥିବା ରିପୋର୍ଟ ମନ୍ତ୍ରଣାଳୟର ୱେବସାଇଟ୍ରେ ଅପଲୋଡ କରାଯାଇଛି। ଏଥିରେ କୁହାଯାଇଛି “୨୦୩୦ ସୁଦ୍ଧା ଇଲେକ୍ଟ୍ରିକ୍ରେ ଚାଲୁଥିବା ନଥିବା କୌଣସି ସିଟି ବସ୍ ପରିବହନ ସେବାରେ ସାମିଲ ହୋଇନଥିବା ଦରକାର। ୨୦୨୪ ପରଠାରୁ ଆଉ କୌଣସି ଡିଜେଲ ଚାଲିତ ବସ୍କୁ ସିଟି ବସ୍ ସେବାରେ ବ୍ୟବହାର କରା ନଯିବା ଉଚିତ।”
ଦେଶରେ ଲେକ୍ଟ୍ରିକ ଗାଡ଼ିର ବ୍ୟବହାରକୁ ଉତ୍ସାହିତ କରିବା ପାଇଁ ସରକାର ଫାଷ୍ଟର ଆଡପସନ ଆଣ୍ଡ ମ୍ୟାନୁଫାକ୍ଚରୀ ଅଫ୍ ଇଲେକ୍ଟ୍ରିକ୍ ଆଣ୍ଡ ହାଇବ୍ରିଡ ଭେଇକଲ ସ୍କିମ(FAME) ଦ୍ୱାରା ଦିଆଯାଉଥିବା ସହାୟତା ଅବଧିକୁ ୩୧ ମାର୍ଚ୍ଚରୁ ଆହୁରି ବୃଦ୍ଧି କରାଯାଉ ବୋଲି କମିଟି ସୁପାରିସ କରିଛି। ତା ସହିତ ୨୦୨୪ରୁ କେବଳ ବିଦ୍ୟୁତ ଚାଳିତ ସହରୀ ଗାଡ଼ିଗୁଡ଼ିକୁ ନୂଆ ପଞ୍ଜୀକର ପାଇଁ ଅନୁମତି ଦିଆଯାଉ ବୋଲି କମିଟି।