ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୧୬ ମାଓବାଦୀ ନିହତ

ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୧୬ ମାଓବାଦୀ ନିହତ ହୋଇଛନ୍ତି। ତେବେ, ଏହି ଏନକାଉଣ୍ଟର ସୁକୁମା କେରଲାପାଳ ଜଙ୍ଗଲରେ ହୋଇଥିବା ସୂଚନା ମିଳିଛି। ଏ-ବେବି ଗୁଳି ବିନିମୟ ଜାରି ରହିଛି। ମୃତ୍ୟୁ ସଂଖ୍ୟା ଆଗକୁ ବଢିବାର ମଧ୍ୟ ଆଶଙ୍କା ରହିଛି । ଏବେବି ଗୁଳି ବିନିମୟ ଜାରି ରହିଛି । ଏଥିରେ ୨ ଜଣ ସୁରକ୍ଷାକର୍ମୀ ମଧ୍ୟ ନିହତ ହୋଇଛନ୍ତି।ସୂଚନା ଅନୁସାରେ, ଛତିଶଗଡ଼ ସୁକୁମା ଜିଲ୍ଲାର କରଲପାଳ ଜଙ୍ଗଲ୍ ରେ ମାଓବାଦୀମାନେ ଏକ କ୍ୟାମ୍ପ କରି ରହିଥିଲେ । ଏନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ପରେ ସେହି ଅଞ୍ଚଳକୁ DRG ଏବଂ CRPF କୋବ୍ରା ଯବାନଙ୍କ ଘେରି ଯାଇଥିଲେ। ଏବଂ ପୂର୍ବ ଯୋଜନା ମୁତାବକ ଅପରେସନ ଆରମ୍ଭ କରିଥିଲେ। ନକ୍ସଲ୍ ଓ ସରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ପାଖାପାଖି ୧୬ ଜଣ ନକ୍ସଲ୍ ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳି ପଡିଥିଲେ। ସୁକମା-ଦାନ୍ତେୱାଡ଼ା ସୀମାରେ ଗୁଳି ବିନିମୟ ଜାରି ରହିଛି । ଡିଆରଜି ଓ ସିଆରପିଏଫ ଯବାନଙ୍କ ପକ୍ଷରୁ ଅପରେସନ ଜାରି ରହିଛି । ତେବେ ଗତ ୩ ମାସରେ ୧୦୦ରୁ ଅଧିକ ନକ୍ସଲ ନିପାତ ହେଲେଣି ।

Related Articles

Back to top button