ଭାରତରେ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନରେ ମିଳିବ ୬ ଲକ୍ଷ ଚାକିରି

ନୂଆଦିଲ୍ଲୀ: ଗ୍ରୀନ୍ ହାଇଡ୍ରୋଜେନ୍ ମିଶନକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି । ଏହା ଅଧୀନରେ ଦେଶରେ ଶସ୍ତା ହାରରେ ଗ୍ରୀନ୍ ହାଇଡ୍ରୋଜେନ ଉତ୍ପାଦନ ପାଇଁ ପ୍ରୋତ୍ସାହନ ଦିଆଯିବ । କ୍ୟାବିନେଟ ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି ।

ଅନୁରାଗ ଠାକୁର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ‘କେନ୍ଦ୍ର ମନ୍ତ୍ରୀମଣ୍ଡଳ ଗ୍ରୀନ୍ ହାଇଡ୍ରୋଜେନ ମିଶନକୁ ମଞ୍ଜୁରୀ ଦେଇଛି । ଭାରତରେ କମ୍ ମୂଲ୍ୟର ଗ୍ରୀନ୍ ହାଇଡ୍ରୋଜେନ ଉତ୍ପାଦନ ଉପରେ ପ୍ରୋତ୍ସାହନ ଦିଆଯିବ । ଏହି ପ୍ରୋତ୍ସାହନରେ ୧୭୪୯୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ସହିତ ୪୦୦ କୋଟି ଟଙ୍କା ଅତିରିକ୍ତ ବ୍ୟବସ୍ଥା ହେବ ।
ଏହା ସହିତ ଅନୁରାଗ ଠାକୁର କହିଛନ୍ତି ଯେ, ‘ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କ୍ୟାବିନେଟ ବୈଠକରେ ସମୟ ସମୟରେ ଜଳବାୟୁ ପରିବର୍ତ୍ତନ ସଂପର୍କରେ ନିଆଯାଇଥିବା ପଦକ୍ଷେପ ସମଗ୍ର ବିଶ୍ୱରେ ପ୍ରଶଂସା କରାଯାଇଛି । ୨୦୨୧ ମସିହାରେ ଗ୍ଲାସଗୋରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଏହି ଉଚ୍ଚାଭିଳାଷୀ ଯୋଜନା ବିଷୟରେ କହିଥିଲେ । ୨୦୨୧ ମସିହା ଅଗଷ୍ଟ ୧୫ ରେ ଗ୍ରୀନ୍ ହାଇଡ୍ରୋଜେନ ବିଷୟରେ ଏକ ଘୋଷଣା କରିଥିଲେ । ନୂଆ ନିଯୁକ୍ତି ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ଏହି ସବୁଜ ହାଇଡ୍ରୋଜେନ୍ ମିଶନ୍ ଏହି ଦିଗରେ ନିଆଯାଇଥିବା ଏକ ବଡ ପଦକ୍ଷେପ ।

Related Articles

Back to top button