ପାଖାପାଖି ୧୦୦ରୁ ଅଧିକ ଲୋକ ଗୁଇଲେନ-ବାରେ ସିଣ୍ଡ୍ରୋମରେ ଆକ୍ରାନ୍ତ

ଚିନ୍ତା ବଢାଇଲାଣି ଗୁଇଲେନ-ବାରେ ସିଣ୍ଡ୍ରୋମ । ପୁଣେରେ ପାଖାପାଖି ୧୦୦ରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୧୬ଜଣ ଭେଣ୍ଟିଲେଟରରେ ଥିବା ବେଳେ ବାକି ରୋଗୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଏହି ମାରାତ୍ମକ ରୋଗ ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ କୌଣସି ସୂଚନା ମିଳିନଥିବା ବେଳେ ଏହା ପୁଣେରେ ସଂକ୍ରମିତ ହେଉଥିବା ସୂଚନା ମିଳିଛି । ତେବେ ଆସନ୍ତୁ ଜାଣିବା ବାସ୍ତବରେ ଗୁଇଲେନ-ବାରେ ସିଣ୍ଡ୍ରୋମ କ’ଣ ? ଏହା କେତେ ବିପଦଜନ୍ନକ ଏଂ ଏହାର ଲକ୍ଷଣ ଓ ଚିକିତ୍ସା କ’ଣ ?ଗୁଇଲେନ-ବାରେ ସିଣ୍ଡ୍ରୋମ ଏକ ଅଟୋଇମ୍ୟୁନ ନ୍ୟୁରୋଲଜିକାଲ ଡିସଅର୍ଡର ଅଟେ । ଏହି ରୋଗରେ ଆମର ଇମ୍ୟୁନ ସିଷ୍ଟମ ଆମରି ନର୍ଭ ଉପରେ ଆଟାକ କରିଥାଏ । ଯେଉଁ କାରଣରୁ ଆମକୁ ଉଠିବା-ବସିବାରେ ସମସ୍ୟା ଦେଖାଯାଇଥାଏ । ଏମିତିକି ଲୋକଙ୍କୁ ନିଶ୍ବାସ-ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ ହୋଇଥାଏ । ବାତ ମାରିବା ମଧ୍ୟ ଏହି ରୋଗର ଲକ୍ଷଣ ଅଟେ ।

ପ୍ରକୃତରେ ଆମର ନର୍ଭ ସିଷ୍ଟମ ଦୁଇ ଭାଗରେ ବିଭକ୍ତ । ପ୍ରଥମ ଭାଗକୁ ସେଣ୍ଟ୍ରାଲ ନର୍ଭ ସିଷ୍ଟମ କୁହାଯାଇଥାଏ । ଯେଉଁଥିରେ ମେରୁଦଣ୍ଡ ହାଡ ଏବଂ ବ୍ରେନର ପାର୍ଟ ଥାଏ ଏବଂ ଦ୍ବିତୀୟ ଭାଗରେ ପେରିଆେରଲ ନର୍ଭ ସିଷ୍ଟମ ଥାଏ ଯେଉଁଥିରେ ସଂମ୍ପର୍ଣ୍ଣ ଶରୀରର ଅନ୍ୟାନ୍ୟ ନର୍ଭ ସିଷ୍ଟମ ଯୋଡି ହୋଇଥାଏ । ଗୁଇଲେନ-ବାରେ ସିଣ୍ଡ୍ରୋମରେ ଇମ୍ୟୁନ ସିଷ୍ଟମ ନର୍ଭ ସିଷ୍ଟମର ଦ୍ବିତୀୟ ଭାଗ ଅର୍ଥାତ ପେରିଫରଲ ନର୍ଭ ସିଷ୍ଟମ ଉପରେ ଆକ୍ରମଣ କରିଥାଏ ।

Related Articles

Back to top button