ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡାଦେଶ

ଅହମ୍ମଦାବାଦ: ଗୁଜରାଟର ଏକ କୋର୍ଟ ବଳାତ୍କାର ମାମଲାର ଶଣାଣି କରି ବିବାଦୀୟ ଗଡମ୍ୟାନ ଆଶାରାମ ବାପୁଙ୍କୁ ଆଜୀବନ କରାଦଣ୍ଡାଦେଶ ଦେଇଛନ୍ତି । ସେସନ କୋର୍ଟର ଜଜ ଡିକେ ସୋନୀ ଏହି ମାମଲାରେ ସୋମବାର ଦିନ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରାଇଥିଲେ । ତେବେ ଦଣ୍ଡାଦେଶ ମଙ୍ଗଳବାରକୁ ସଂରକ୍ଷିତ ରଖିଥିଲେ।

ଏହି ମାମଲାରେ କୋର୍ଟ ପ୍ରମାଣ ଅଭାବରୁ ଆଶାରାମଙ୍କ ପତ୍ନୀଙ୍କ ସମେତ ଅନ୍ୟ ୬ ଜଣ ଅଭିଯୁକ୍ତଙ୍କୁ ଛାଡି ଦେଇଛି । ଖଲାସ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ସ୍ତ୍ରୀ ଲକ୍ଷ୍ମୀବେନ, କନ୍ୟା ଓ ଅନ୍ୟ ୪ ଶିଷ୍ୟ । ୨୦୦୧ରୁ ୨୦୦୬ ମଧ୍ୟରେ ଅହମ୍ମଦାବାଦର ମୋଟେରା ଅନ୍ତର୍ଗତ ଆଶ୍ରମରେ ସୁରଟର ଜଣେ ଶିଷ୍ୟାଙ୍କୁ ଗଡମ୍ୟାନ ଆଶାରାମ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।  ସହର ବାହାରେ ଥିବା ଏକ ଆଶ୍ରମରେ ଏହି ଘଟଣା ଘଟିଥିବା କୁହାଯାଉଥିଲା ।

ଏ ନେଇ ଅଭିଯୋଗ ହେବା ପରେ ତାଙ୍କ ବିରୋଧରେ ଧାରା ୩୭୬, ୩୭୭, ୩୪୨, ୩୫୪, ୩୫୭, ୫୦୬ ରୁଜୁ ହୋଇଥିଲା । ଏହି ଦଣ୍ଡାଦେଶ ଶୁଣିବା ପରେ ଦୌରାଜଜଙ୍କ ରାୟକୁ ଗୁଜରାଟ ହାଇକୋର୍ଟରେ ଚାଲେଞ୍ଜ କରାଯିବ ବୋଲି କହିଛନ୍ତି ଆଶାରାମଙ୍କ ଓକିଲ ।

Related Articles

Back to top button