ଗୁଜୁରାଟ ହାଇକୋର୍ଟରୁ ରାହୁଲଙ୍କୁ ମିଳିଲାନି ଆଶ୍ୱସ୍ତି

ମୋଦି ସରନେମ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଗୁଜୁରାଟ ହାଇକୋର୍ଟଙ୍କ ଝଟକା । ରାହୁଲଙ୍କ ଆବେଦନ ଖାରଜ କଲେ କୋର୍ଟ । ସୁରତ କୋର୍ଟଙ୍କ ରାୟର ପୁନଃବିଚାର କରିବା ସହ ଦିଆଯାଇଥିବା ଦଣ୍ଡ ଉପରେ ରୋକ ଲଗାଇବାକୁ ଆବେଦନ କରିଥିଲେ ରାହୁଲ । କିନ୍ତୁ ସୁରତ କୋର୍ଟଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ ।

 

୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ସମୟରେ କର୍ଣ୍ଣାଟକରେ ମୋଦି ସରନେମକୁ ନେଇ ରାହୁଲ ଗାନ୍ଧୀ ଯେଉଁ ବୟାନ ଦେଇଥିଲେ ତାହାକୁ ନେଇ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ତାଙ୍କ ନାଁରେ ମାନହାନି ମୋକଦ୍ଦମା କରିଥିଲେ । ୪ ବର୍ଷ ପରେ ଗତ ୨୩ ମାର୍ଚ୍ଚରେ ସୁରତର ନିମ୍ନ ଅଦାଲତ ଏହି ମାମଲାର ଶୁଣାଣି କରି ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷର ଦଣ୍ଡ ଦେଇଥିଲେ । ଆଉ ଦଣ୍ଡବିଧାନ କାରଣରୁ ରାହୁଲଙ୍କ ସାଂସଦ ପଦ ମଧ୍ୟ ରଦ୍ଦ କରାଯାଇଥିଲା । ଜନପ୍ରତିନିଧି ଆଇନ ଅନୁଯାୟୀ, ସାଂସଦ କିମ୍ବା ବିଧାୟକ କୌଣସି ମାମଲାରେ ୨ ବର୍ଷରୁ ଅଧିକ ସମୟ ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କର ସଦସ୍ୟତା ରଦ୍ଦ ହୁଏ । ଏହାସହ ୬ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିପାରନ୍ତି ନାହିଁ ଦୋଷୀ ସାବ୍ୟସ୍ତ ନେତା ।

Related Articles

Back to top button