ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ : 3 ମାଓବାଦୀ ନିହତ

ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୁଲିସ ଗୁଳିରେ 3 ମାଓବାଦୀ ନିହତ ହୋଇଛନ୍ତି । ମୃତକ ମାଓବାଦୀଙ୍କ ମଧ୍ୟରେ 2 ମହିଳା ରହିଛନ୍ତି । ଘଟଣାସ୍ଥଳରୁ ବନ୍ଧୁକ, ଔଷଧ, ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରାଯାଇଛି । ବିଜାପୁର ବାସାଗୁଡା ଥାନା ବେଲମଗୁଟ୍ଟା ପାହାଡରେ ବହୁ ମାଓବାଦୀ ଏକାଠି ହୋଇଥିବା ନେଇ ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ଅପରେସନ ଆରମ୍ଭ ହୋଇଥିଲା । ପାହାଡ ଉପରେ ବେଶ କିଛି ସମୟ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଶେଷରେ ପୁଲିସ ଏନକାଉଣ୍ଟରରେ 3 ମାଓବାଦୀ ନିହତ ହୋଇଛନ୍ତି । ଏନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛି ବିଜାପୁର ପୁଲିସ ।ବେଲମଗୁଟା ଜଙ୍ଗଲରେ ଏରିଆ କମ୍ମିଟି କମାଣ୍ଡର (DVCM )ବିନୋଦ କର୍ମା,LOS ରାଜୁ ପୁନେମ, ACM ବିଶ୍ୱନାଥ ଭଳି ଟପ୍ ନକ୍ସଲ ସମେତ 30 ରୁ ଅଧିକ ନକ୍ସଲ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ସୁରକ୍ଷା କର୍ମୀଙ୍କ କୁମ୍ବିଂ ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ ।

Related Articles

Back to top button