କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଗୁରୁ ମନ୍ତ୍ର ଦେଲେ ଖଡଗେ

ଲୋକସଭା ନିର୍ବାଚନ ପରେ ଶନିବାର ପ୍ରଥମ ଥର ପାଇଁ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ବସିଛି । ବୈଠକରେ ନିର୍ବାଚନ ଫଳାଫଳର ସମୀକ୍ଷା କରାଯିବା ସହିତ ଭବିଷ୍ୟତ ରଣନୀତି ଉପରେ ବି ଚର୍ଚ୍ଚା ଆଲୋଚନା ହୋଇଛି । ପୂର୍ବାହ୍ନ ସାଢ଼େ ୧୧ଟାରେ ଆରମ୍ଭ ହୋଇଥିବା ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ ହୋଇଥିଲେ ।ଏହି ମିଟିଂରେ ନିର୍ବାଚନ ରେଜଲ୍ଟକୁ ନେଇ ସମସ୍ତ କର୍ମକର୍ରାଙ୍କୁ ଶ୍ରେୟ ଦେଇଛନ୍ତି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଏହା ସହିତ ସେ କହିଛନ୍ତି, ଶାସନ କ୍ଷମତାକୁ ଫେରିବାକୁ ହେଲେ ନରନ୍ତର କାମ କରିବାକୁ ହେବ । ୨୪ ଘଣ୍ଟା ଏବଂ ୩୬୫ ଦିନ ଲୋକଙ୍କ ସହିତ ରହିବାକୁ ହେବ ବୋଲି ଖଡଗେ କହିଛନ୍ତି ।

ଏହାଛଡ଼ା ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ମଲିକାର୍ଜୁନ ଖଡଗେ । ସେ କହିଛନ୍ତି, ଦେଶବାସୀ କଂଗ୍ରେସ ଉପରେ ଭରସା କରିଛନ୍ତି ଏବଂ ତାନାଶାହ ଶକ୍ତି ଏବଂ ସମ୍ବିଧାନ ବିରୋଧୀ ଶକ୍ତିକୁ କଡ଼ା ଜବାବ ଦେଇଛନ୍ତି । ହିନ୍ଦୁସ୍ତାନର ମତଦାତା ବିଜେପିର ୧୦ ବର୍ଷର ବିଭାଜନକାରୀ, ଘୃଣ ଓ ଧ୍ରୁବୀକରଣ ରାଜନୀତିକୁ ଖାରଜ କରିଛନ୍ତି । ଏହା ସହିତ ମଲ୍ଲିକାର୍ଜୁନ ଖଡଗେ ସମସ୍ତ ନବନିର୍ବାଚିତ ସାଂସଦଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Related Articles

Back to top button