ଜ୍ଞାନବ୍ୟାପୀ ମସଜିଦ୍ ମାମଲାରେ ଶୃଙ୍ଗାର ଗୌରୀ କେସ୍‌ର ଶୁଣାଣି ଶେଷ, ନଭେମ୍ବର ୮ରେ ରାୟ

ବାରଣାସୀ: ଜ୍ଞାନବ୍ୟାପୀ ମସଜିଦ୍ ମାମଲାରେ ଶୃଙ୍ଗାର ଗୌରୀ କେସ୍‌ର ଶୁଣାଣି ଗୁରୁବାର ଶେଷ ହୋଇଛି। ରାୟ ଲାଗି କୌର୍ଟ ନଭେମ୍ବର ୮ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି। ଆଦି ବିଶ୍ୱେଶ୍ୱର ବିରାଜମାନ ମାମଲା ଶୁଣାଣି ଯୋଗ୍ୟ କି ନୁହେଁ ଏହା ଉପରେ ଗୁରୁବାର ସିଭିଲ ଜଜ୍ ସିନିୟର ଡିଭିଜନ  ଫାଷ୍ଟଟ୍ରାକ୍ କୋର୍ଟଙ୍କ ରାୟ ଆସିବାର ଥିଲା। ମାମଲାରେ ଅକ୍ଟୋବର ୧୫ ତାରିଖ ଦିନ ହିନ୍ଦୁ ଓ ମୁସ୍ଲିମପକ୍ଷର ତର୍କ ହୋଇଥିଲା। ତର୍କ ପରେ କୋର୍ଟ ମାମଲାର ପରବର୍ତ୍ତି ଶୁଣାଣି ୨୭ ଅକ୍ଟୋବରକୁ ଧାର୍ଯ୍ୟ କରିଥିଲେ। ତେବେ କୋର୍ଟ ଆଗାମୀ ଶୁଣାଣି ପର୍ଯ୍ୟନ୍ତ ରାୟକୁ ସଂରକ୍ଷିତ ରଖିଛନ୍ତି।

ଅକ୍ଟୋବର ୧୫ ତାରିଖ ଦିନ ମାମଲାର ଶୁଣାଣିରେ ହିନ୍ଦୁ ପକ୍ଷ ନିର୍ମାଣର ପିଲର ଓ ଫାଉଣ୍ଡେସନ ମନ୍ଦିରର ବୋଲି ଦାବି କରିଥିଲେ। ଏଣୁ ଯଦି ମାମଲାର ଟ୍ରାୟଲ ଆରମ୍ଭ ହୁଏ ତେବେ ଏହା ମନ୍ଦିର ନା ମସଜିଦ୍‌ ତାହା ସ୍ପଷ୍ଟ ହୋଇଯିବ ବୋଲି କୁହାଯାଇଥିଲା। ହିନ୍ଦୁ ପକ୍ଷଙ୍କ ତରଫରୁ ମାନବାହଦୂର ସିଂହ, ଶିବମ ଗୌଡ ଓ ଅନୁପମ ଦ୍ୱିବେଦୀ କୋର୍ଟରେ ତର୍କ ଉପସ୍ଥାପନା କରିଥିଲେ। ସେହିପରି ଅଞ୍ଜୁମନ ଇନ୍ତେଜାମିୟା କମିଟି ପକ୍ଷରୁ ଯେଉଁ ପ୍ରସଙ୍ଗ ଉଠା ଯାଇଛି ତାହା ମଧ୍ୟ ସାକ୍ଷ ଓ ଟ୍ରାୟଲର ବିଷୟ ବୋଲି କୁହାଯାଇଥିଲା।

ତେବେ କୋର୍ଟରେ ମୁସ୍ଲିମ ପକ୍ଷ ଏହି ମାମଲା ଶୁଣାଣି ଯୋଗ୍ୟ ନୁହେଁ ବୋଲି କୁହାଯାଇଥିଲା। ଏ ନେଇ ମୁସ୍ଲିମପକ୍ଷ ଯେଉଁ ତର୍କ ରଖିଥିଲେ ସେଥିରେ ଜ୍ଞାନବ୍ୟାପୀ ୱାକଫର ସମ୍ପତ୍ତି ବୋଲି କହିଥିଲେ। ଏହା ଛଡା ଏଠାରେ ‘ଦି ପ୍ଲେସେସ୍ ଅଫ ୱରସିପ ଆକ୍ଟ ୧୯୯୧’ ଲାଗୁ ହେଉଥିବା ମଧ୍ୟ କୁହାଯାଇଥିଲା। ଏଣୁ ଏହି ମାମଲାର ଶୁଣାଣି ଅଧିକାର ସିଭିଲ କୋର୍ଟଙ୍କ ନଥିବା କୁହାଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ କୋର୍ଟଙ୍କ ଆଦେଶରେ ଜ୍ଞାନବ୍ୟାପି ପରିସରର ସର୍ଭେକ୍ଷଣ ମେ ୨୦୨୨ରେ ହୋଇଥିଲା। ଏହି ସର୍ଭେକ୍ଷଣ କାଳରେ ମସଜିଦର ବଜୁଖାନାରେ ଶିବଲିଙ୍ଗର ଆକୃତି ମିଳିଥିଲା। ଏଣୁ ହିନ୍ଦୁପକ୍ଷ ବଜୁଖାନାରୁ ମିଳିଥିବା ଶିବଲିଙ୍ଗ ଆକୃତିର ପୂଜାର୍ଚ୍ଚନା ନିମନ୍ତେ ଅନୁମତି ପ୍ରଦାନ ସହିତ ସେଠାକୁ ଅଣହିନ୍ଦୁଙ୍କ ପ୍ରବେଶ ବର୍ଜିତ କରିବା ଲାଗି ନିବେଦନ କରାଯାଇଥିଲା।

Related Articles

Back to top button