ଜ୍ଞାନବାପୀ ମାମଲାରେ ମୁସଲିମ ପକ୍ଷର ଆବେଦନ ଖାରଜ, ହିନ୍ଦୁ ପକ୍ଷର ରାୟ ଗ୍ରହଣ

ନୂଆଦିଲ୍ଲୀ: ଜ୍ଞାନବାପୀ ମସଜିଦ ମାମଲାରେ ବାରାଣାସୀ କୋର୍ଟ ହିନ୍ଦୁ ପକ୍ଷ ସପକ୍ଷରେ ରାୟ ଦେଇଛନ୍ତି। ଅଞ୍ଜୁମନ ଇନ୍ତେଜାମିଆ କମିଟିର ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ଏହି ପାଞ୍ଚଜଣ ମହିଳା ହିନ୍ଦୁ ଦଳର ସପକ୍ଷରେ କୋର୍ଟ ରାୟ ଦେଇଛନ୍ତି।

ଜ୍ଞାନବ୍ୟାପୀ ଶ୍ରୀଙ୍ଗର ଗୌରୀ ବିବାଦ ମାମଲାରେ ଏହି ରାୟ ପ୍ରଦାନ କରୁଥିବାବେଳେ ଜିଲ୍ଲା ଜଜ୍ ଏ.କେ ବିଶ୍ୱଶଙ୍କ ଏକକ ବେଞ୍ଚ ଏହି ମାମଲାକୁ ଶୁଣାଣି ବୋଲି କହିଛନ୍ତି। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ହିନ୍ଦୁ ପକ୍ଷରେ ରାୟ ଶୁଣାଇଛନ୍ତି ଅଦାଲତ।

ମୁସଲିମ ପକ୍ଷରୁ ଦାୟର ଯାଚିକାକୁ ଖାରଜ କରିଦେଇଛନ୍ତି ବାରଣାସୀ କୋର୍ଟ। ଅଦାଲତ କହିଛନ୍ତି, ‘ଜ୍ଞାନବାଦୀ ମସଜିଦ ମାମଲାରେ ଆସନ୍ତା ଶୁଣାଣି ସେପ୍ଟେମ୍ବର ୨୨ ତାରିଖରେ ହେବ’।

Related Articles

Back to top button