୨୪ ଘଣ୍ଟା ଅବଧିରେ ଆଇସିଏମଆର ଉପରେ ୬୦୦୦ ଥର ସାଇବର ଆଟାକ୍

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସ ପରେ ଇଣ୍ଡିଆନ କାଉନସିଲ୍ ଅଫ ମେଡିକାଲ୍ ରିସର୍ଚ୍ଚ(ଆଇସିଏମଆର) ଉପରେ ସାଇବର ଆଟାକ୍ କରିବାକୁ ପ୍ରୟାସ। ନଭେମ୍ବର ୩୦ରେ ଆଇସିଏମଆର ଉପରେ  ହ୍ୟାକର ମାନେ ୨୪ ଘଣ୍ଟା ଅବଧିରେ ଅତି କମରେ ୬୦୦୦  ଥର ସାଇବର ଆଟାକ୍ କରିଛନ୍ତି। ହେଲେ ସେମାନେ ନିଜ ଉଦ୍ଦେଶ୍ୟରେ ସଫଳ ହୋଇ ପାରି ନାହାନ୍ତି। ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି ଜାତୀୟ ସୂଚନା କେନ୍ଦ୍ର(ଏନଆଇସି)।

 

ଆକ୍ରମଣକାରୀଙ୍କ ବିଷୟରେ ଅଧିକାରୀ କହିଛନ୍ତି ଯେ, ଆଇସିଏମଆର ଓ୍ଵେବସାଇଟ୍‌ ଉପରେ ହଂକଂ ସ୍ଥିତ କଳା ତାଲିକାଭୁକ୍ତ ଆଇପି ଆଡ୍ରେସ୍ ୧୦୩.୧୫୨.୨୨୦.୧୩୩ରୁ କରାଯାଇଥିଲା। ମନି ଅଧିକାରୀ କହିଛନ୍ତି,  ସାଇବର ଆଟାକ୍ କରିବାକୁ ଉଦ୍ୟମ କରିଥିବା ହ୍ୟାକର ନିଜ ଉଦ୍ଦେଶ୍ୟରେ ସଫଳ ହୋଇ ପାରି ନାହାନ୍ତି। ଆମେ ନିଜ ଦଳକୁ ଏହି ବିଷୟରେ ଆଲର୍ଟ କରି ଦେଇଛୁ। ଯଦି ଫାୟରଓ୍ଵାଲରେ କିଛି ତ୍ରୁଟି ରହିଛି ତେବେ ଆକ୍ରମଣକାରୀ ଓ୍ଵେବସାଇଟ୍‌କୁ ହ୍ୟାକ୍ କରିବାରେ ସଫଳ ହୋଇଥାନ୍ତେ।

ସୂଚନାଯୋଗ୍ୟ, ସରକାରୀ ସଂଗଠନକୁ ଅପରେଟିଂ ସିଷ୍ଟମକୁ ଅପଡେଟ୍ କରିବାକୁ ପରାମର୍ଶ ଦିଆଯାଇଛି। ଅଧିକାରୀ କହିଛନ୍ତି, ସ୍ଵାସ୍ଥ୍ୟ ସଂଗଠନରେ ସୂଚନା ପ୍ରଣାଳୀ ହ୍ୟାକର୍ସଙ୍କ ଟାର୍ଗେଟ୍‌ରେ ସର୍ବଦା ରହି ଆସିଛି। ସ୍ଵାସ୍ଥ୍ୟ ସଂଗଠନର ଓ୍ଵେବସାଇଟ୍‌ରେ ସାଇବର ଆକ୍ରମଣ ୨୦୨୦ରୁ ବଢି ଚାଲିଛି।

Related Articles

Back to top button