ବିରଳ ମର୍ଯ୍ୟାଦା ସମ୍ପନ୍ନ ‘ରାଷ୍ଟ୍ରପତି କଲର’ ପୁରସ୍କାରରେ ସମ୍ମାନିତ ହେବେ ହରିୟାଣା ପୋଲିସ

ଚଣ୍ଡିଗଡ଼ : ରାଷ୍ଟ୍ରପତି କଲର ସମ୍ମାନ ଏକ ବିରଳ ମର୍ଯ୍ୟାଦା ସମ୍ପନ୍ନ ପୁରସ୍କାର । ଦେଶ ପାଇଁ ବଳିଦାନ ଓ ବୀରତ୍ୱ ପ୍ରଦର୍ଶନ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ ।ତେବେ ଏହି ସମ୍ମାନ ହରିୟାଣା ପୁଲିସକୁ ମିଳିବ । ଆସନ୍ତା ଫେବୃଆରୀ୧୪ ତାରିଖରେ ହରିୟାଣା ପୁଲିସଙ୍କୁ ‘ରାଷ୍ଟ୍ରପତି କଲର’ ପୁରସ୍କାରରେ ସମ୍ମାନିତ କରାଯିବ  । ଏକ ସରକାରୀ ବିବୃତ୍ତିରୁ ସୂଚନା ମିଳିଛି  ।

ତେବେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଯୋଗଦେବେ। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ହରିୟାଣା ପୁଲିସକୁ ଏହି ମର୍ଯ୍ୟାଦାଜନକ ପୁରସ୍କାରରେ ସମ୍ମାନିତ କରିବେ। ଏହି କାର୍ଯ୍ୟକ୍ରମରେ ଏକ ଆନୁଷ୍ଠାନିକ ପରେଡ ମଧ୍ୟ ପ୍ରଦର୍ଶିତ ହେବ।

ଏଥିରେ ପୁଲିସ କର୍ମଚାରୀମାନେ ବିଭିନ୍ନ କଳାକୌଶଳର ପରିଦର୍ଶିତ କରିବେ। କାର୍ଯ୍ୟକ୍ଷେତ୍ରରେ ଅଦ୍ଭୁତ ପାରଦର୍ଶିତା ଦେଖାଇଥିବା ଏବଂ ମାନବିକ ସମ୍ମାନ ପାଇଁ ହରିୟାଣା ପୁଲିସକୁ ରାଷ୍ଟ୍ରପତି ସମ୍ମାନିତ କରିବେ। ଏହି ସମ୍ମାନ ପୁଲିସର କେବଳ ମନୋବଳ ବଢ଼ାଇବ ନାହିଁ ବରଂ ରାଜ୍ୟବାସୀଙ୍କ ନିକଟରେ ନିଜକୁ ସେବା କରିବା ବଦଳରେ ମିଳିଥିବା ଭଲପାଇବାର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିବାରେ ସାହାଯ୍ୟ କରିବ ବୋଲି ହରିୟାଣା ପୁଲିସ ମହାନିର୍ଦ୍ଦେଶକ ପି.କେ ଅଗ୍ରୱାଲ କହିଛନ୍ତି।

ଦେଶ ପ୍ରତି ପୋଲିସଙ୍କର ନିସ୍ୱାର୍ଥପର ସେବା ତାଙ୍କର ମାତୃତ୍ୱ ପ୍ରତି ରହିଥିବା ଅନାବିଳ ପ୍ରେମ ପାଇଁ ‘ରାଷ୍ଟ୍ରପତି କଲର’ ପୁରସ୍କାରରେ ସମ୍ମାନିତ ହେବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହରିୟାଣାର ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ହରିୟାଣା ପୁଲିସକୁ ଏହି ମର୍ଯ୍ୟାଦା ଜନକ ପୁରସ୍କାରରେ ସମ୍ମାନିତ କରିବେ ବୋଲି ଜଣାପଡ଼ିଛି।

Related Articles

Back to top button