
ଚିଙ୍ଗୁଡ଼ି ଫାର୍ମରୁ ୧୦୦ କୋଟିରୁ ଅଧିକ ମୂଲ୍ୟର ହଶିଶ ଏବଂ ଗଞ୍ଜେଇ ଜବତ
ତାମିଲନାଡୁର ପୁଡୁକୋଟାଇ ଜିଲ୍ଲାର ମିମିସାଲ ଗ୍ରାମରେ ଏକ ଚିଙ୍ଗୁଡ଼ି ଫାର୍ମରୁ କଷ୍ଟମ ଅଧିକାରୀମାନେ ୧୦୦ କୋଟିରୁ ଅଧିକ ମୂଲ୍ୟର ହଶିଶ ଏବଂ ଗଞ୍ଜେଇ ଜବତ କରିଛନ୍ତି। ନିକଟରେ ମଣ୍ଡପାମ ନିକଟରୁ ୧୦୮ କୋଟି ଟଙ୍କା ମୂଲ୍ୟର ୯୯ କିଲୋଗ୍ରାମ ହଶିଶ ଜବତ କରାଯାଇଛି। କଷ୍ଟମ ବିଭାଗର ଜଣେ ଅଧିକାରୀ ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ ଶ୍ରୀଲଙ୍କାରେ ଚୋରା ଚାଲାଣ ପାଇଁ ବହୁ ପରିମାଣର ହଶିଶ ଏବଂ ଗଞ୍ଜେଇ ଭଳି ଡ୍ରଗ୍ସ ପୁଡୁକୋଟାଇର ଏକ ଫାର୍ମରେ ସଂଗ୍ରହ କରି ରଖାଯାଇଛି । ସୂଚନା ମୁତାବକ, ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିକଟସ୍ଥ ଲୋକଙ୍କ ଉପସ୍ଥିତିରେ ତାଲା ଭାଙ୍ଗି ହଶିଶ ଏବଂ ଗଞ୍ଜେଇ ଭର୍ତ୍ତି ୪୮ ଟି ବ୍ୟାଗ ଜବତ କରିଥିଲେ। ଚାଷ ଜମିରେ ବିଦ୍ୟୁତ୍ ଯୋଗାଣ ନଥିବାରୁ ନିଷିଦ୍ଧ ପଦାର୍ଥକୁ ନିକଟ କଷ୍ଟମ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଏଠାରେ ପରୀକ୍ଷା କରିବା ପରେ ବ୍ୟାଗରୁ ୧୦୦ କୋଟି ମୂଲ୍ୟର ୧୦୦ କିଲୋଗ୍ରାମ ହଶିଶ ଏବଂ ୧.୦୬ କୋଟି ଟଙ୍କା ମୂଲ୍ୟର ୮୭୬ ଗଞ୍ଜେଇ ଜବତ କରାଯାଇଛି। ଉଦ୍ଧାର ହୋଇଥିବା ନାର୍କୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ (ଏନଡିପିଏସ) ଅଧିନିୟମ ୧୯୮୫ ଏବଂ କଷ୍ଟମ ଆକ୍ଟ ଅନୁଯାୟୀ ଜବତ କରାଯାଇଛି। ଅଧିକ ତଦନ୍ତ ପାଇଁ ଘଟଣାର ଯାଞ୍ଚ ଚାଲିଛି।