
କର୍ଣ୍ଣାଟକ ବିଜୟ ପରେ ରାହୁଲ ଗାନ୍ଧୀ କହିଲେ ‘କର୍ଣ୍ଣାଟକରେ ବନ୍ଦ ହୋଇଛି ଘୃଣାର ବଜାର, ଏହା ପ୍ରତ୍ୟେକ ରାଜ୍ୟରେ ଘଟିବ’
ନୁଆଦିଲ୍ଲୀ: କର୍ଣ୍ଣାଟକରେ କଂଗ୍ରେସକୁ ବିପୁଳ ଭୋଟ୍ରେ ବିଜୟ ମିଳିବା ପରେ ଦଳର ପୁର୍ବତ୍ତନ ସଭାପତି ରାହୁକଲ ଗାନ୍ଧୀଙ୍କ ବୟାନ ଆସିଛି । ବିଜୟକୁ ନେଇ ରାହୁ ଖୁସି ପ୍ରକାଶ କରିବା ସହିତ ଏହାର ଶ୍ରେୟ କର୍ଣ୍ଣାଟକର ଜନତା ଏବଂ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଦେଇଛନ୍ତି । ସେହିପରି ଅନ୍ୟପକ୍ଷରେ ଗରିବ ଲୋକଙ୍କ ଶକ୍ତି ଥିଲା, କର୍ଣ୍ଣାଟକରେ ଗରିବଙ୍କ ସହ କଂଗ୍ରେସ ଦଳ ଥିଲା । ତେବେ କର୍ଣ୍ଣାଟକ କହିଛି ଯେ ଏହି ଦେଶ ପ୍ରେମକୁ ପସନ୍ଦ କରେ । କର୍ଣ୍ଣାଟକରେ ଘୃଣାର ବଜାର ବନ୍ଦ ହୋଇଯାଇଛି, ପ୍ରେମର ଦୋକାନ ଖୋଲା ଅଛି । ତେବେ ପ୍ରଥମ କ୍ୟାବିନେଟରେ ପ୍ରଥମ ଦିନରେ ୫ ଟି ପ୍ରତିଶ୍ରୁତି ପୂରଣ କରିବ ବୋଲି ରାହୁଲ କହିଛନ୍ତି ।
ସେହିପରି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ କଂଗ୍ରେସର ସମସ୍ତ ବଡ ନେତା କଠିନ ପ୍ରଚାର କରିଥିଲେ, ଏହା ହେଉଛି ଲୋକଙ୍କ ଆଶୀର୍ବାଦ। ପ୍ରଧାନମନ୍ତ୍ରୀ ଡବଲ୍ ଇଞ୍ଜିନ୍ ବିଷୟରେ କହୁଥିଲେ, କିନ୍ତୁ ଜନସାଧାରଣ ଏହାକୁ ଗୁରୁତ୍ୱ ଦେଇନଥିଲେ। ସେ କହିଛନ୍ତି ଯେ ଆମ ଦଳ ସଞ୍ଜୀବନୀ ପାଇଛି। ଆମେ ଗ୍ୟାରେଣ୍ଟି ବିଷୟରେ କହିଥିଲୁ, ଲୋକମାନେ ଏହା ଉପରେ ବିଶ୍ୱାସ କରିଛନ୍ତି।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ କହିଛନ୍ତି ଯେ ବିଜେପି ସରକାର ଏହାର କାର୍ଯ୍ୟକାଳରେ ଅନେକ ଖରାପ କାମ କରିଛି ସେଥିପାଇଁ କର୍ଣ୍ଣାଟକର ଲୋକମାନେ ଆମକୁ ଭୋଟ୍ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଏତେ ପ୍ରଚାର ପରେ ମଧ୍ୟ ଲୋକମାନେ କଂଗ୍ରେସକୁ ଭୋଟ୍ ଦେଇଛନ୍ତି। ଲୋକମାନେ ଆମର ପାଞ୍ଚଟି ଗ୍ୟାରେଣ୍ଟି ଉପରେ ବିଶ୍ୱାସ କରିଛନ୍ତି।