
ଜମ୍ମୁକାଶ୍ମୀରରେ ଜେଲ ଡିଜିଙ୍କୁ ହତ୍ୟା
ଜମ୍ମୁ: ଗୃହମନ୍ତ୍ରୀ ଅମିତ ଶାହଙ୍କ ଜମ୍ମୁକାଶ୍ମୀର ଗସ୍ତ ସମୟରେ ରାଜ୍ୟରେ ଜେଲ ବିଭାଗ ଡିଜି ହେମନ୍ତ ଲୋହିଆଙ୍କୁ ଗଳାକାଟି ହତ୍ୟା କରାଯାଇଛି । ଏହି ହତ୍ୟା ଘଟଣାରେ ତାଙ୍କର ଚାକର ସଂପୃକ୍ତି ଥିବା ଆଶଙ୍କା ପ୍ରକାଶ ପାଇଛି । ମୃତ୍ୟୁ ପରଠାରୁ ଚାକର ଫେରାର ଅଛି । ଗୃହମନ୍ତ୍ରୀ ଅମିତ ଶାହ ସଂଧ୍ୟାରେ ଜମ୍ମୁରେ ପହଁଚିବା ପରେ ଏପରି ବଡ଼ ଘଟଣା ବିଳମ୍ଭିତ ରାତିରେ ଘଟିଛି ।