
ତମାଖୁ ଉପରେ ଲାଗିପାରେ ଜିଏସଟି-ଉତ୍ପାଦ ଶୁଳ୍କ: ହାଇକୋର୍ଟଙ୍କୁ ଚ୍ୟାଲେଞ୍ଜ ଦେଉଥିବା ପିଟିଶନ ଖାରଜ
ନୂଆଦିଲ୍ଲୀ: କର୍ନାଟକ ହାଇକୋର୍ଟ ବୁଧବାର ରାୟ ଦେଇଛନ୍ତି ଯେ ତମାଖୁ ଏବଂ ତମାଖୁ ଦ୍ରବ୍ୟ ଉପରେ କେନ୍ଦ୍ରୀୟ ଜିଏସଟି ସହିତ ଉତ୍ପାଦ ଶୁଳ୍କ ଲାଗୁ ହେବାର ଆବଶ୍ୟକତା ରହିଛି। ତମାଖୁ ଉତ୍ପାଦନକାରୀଙ୍କ ପକ୍ଷରୁ ଦାଖଲ ହୋଇଥିବା ଚ୍ୟାଲେଞ୍ଜ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି।
ନିକଟରେ ହୋଇଥିବା ଏକ ବିଚାରରେ ଜଷ୍ଟିସ ଏମ.ଆଇ ଅରୁଣ କହିଛନ୍ତି ଯେ ତମାଖୁ ଏବଂ ତମାଖୁ ଉତ୍ପାଦ ଉପରେ ଏକ୍ସାଇଜ ଡ୍ୟୁଟି ଲାଗୁ କରିବା ସର୍ବସାଧାରଣ ନୀତିର ବିଷୟ ଅଟେ ଏବଂ ଅଦାଲତ ଏଥିରେ ହସ୍ତକ୍ଷେପ କରିବେ ନାହିଁ। ଗୋରୱାଟ ପ୍ୟାକର୍ସ ଏଲଏଲପି, ଏଚଆଇ ତାମ୍ବୋଲି ଆଣ୍ଡ ସନସ୍, ରାଜନନ୍ଦିନୀ ଫୁଡ ପ୍ରା. ଲିଃ, ବାଲାଜୀ ପାଉଚ, ଘୋରଓ୍ବାଟ ଫୁଡ ଇଣ୍ଟରନ୍ୟାଶନାଲ ଲିଃ, ଘୋରଓ୍ବାଟ ଇଣ୍ଡଷ୍ଟ୍ରିଜ୍ ଇଣ୍ଡିଆ ପ୍ରା. ଲିଃ, ଅର୍ଥ ମନ୍ତ୍ରଣାଳୟ, ୟୁନିୟନ ଅଫ ଇଣ୍ଡିଆ ଏବଂ ସଂୟୁକ୍ତ କମିଶନରଙ୍କ ବିରୋଧରେ ଆବେଦନର ଶୁଣାଣି କରିଥିଲେ।