ବିଧାୟକ କିଣା ବିକା ମାମଲାରେ ସିବିଆଇ ତଦନ୍ତ ନିର୍ଦେଶ ଦେଲେ ତେଲେଙ୍ଗାନା ହାଇକୋର୍ଟ

ତେଲାଙ୍ଗାନା: କିଛି ଦିନ ତଳେ ବିଧାୟକଙ୍କ କିଣା ବିକାକୁ ନେଇ ତେଲେଙ୍ଗାନା ରାଜନୀତି ଜୋର ଧରିଥିଲା। ବର୍ତ୍ତମାନ ଏହି ମାମଲାରେ ସିବିଆଇ ତଦନ୍ତ ନିର୍ଦେଶ ଦେଇଛନ୍ତି ତେଲେଙ୍ଗାନା ହାଇକୋର୍ଟ। ଏହା ସହିତ ଏହି ରାଜନୈତିକ ସମ୍ବେଦନଶୀଳ ମାମଲାକୁ ଯାଞ୍ଚ କରୁଥିବା ରାଜ୍ୟ ସରକାର ନିଯୁକ୍ତ କରିଥିବା ଏସ୍‌ଆଇଟି ଯାଞ୍ଚ ଉପରେ ମଧ୍ୟ ରୋକ ଲଗାଇଛନ୍ତି । ଏହି ରାୟ ପରେ ବିଜେପି ନେତାଙ୍କ ପକ୍ଷରୁ ଲଢୁଥିବା ଆଡଭୋକେଟ୍ ରାମଚନ୍ଦ୍ର ରାୟ ହାଇକୋର୍ଟଙ୍କ ନିଷ୍ପତିକୁ ସ୍ୱାଗତ କରିଛନ୍ତି ।

ସୂଚନାଯୋଗ୍ୟ, ଟିଆରଏସ ବିଧାୟକ ପାଇଲଟ ରୋହିତ ରେଡ୍ଡୀଙ୍କ ସମେତ ଚାରିଜଣ ବିଧାୟକ ଅକ୍ଟୋବର ୨୬ ରେ ରାମଚନ୍ଦ୍ର ଭାରତୀ, ନନ୍ଦ କୁମାର ଏବଂ ସିମହାଜୀ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ରେଡ୍ଡୀ ଅଭିଯୋଗ କରିଥିଲେ ଯେ ଅଭିଯୁକ୍ତ ସେମାନଙ୍କୁ ବଦଳାଇବା ପାଇଁ ୧୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ।

ଉଲ୍ଲେଖନୀୟ କଥା ହେଉଛି, ଏହି ଘଟଣାର ଖୁଲାସା ହେବାର ଦୁଇ ମାସ ପରେ କୋର୍ଟର ନିଷ୍ପତ୍ତି ଆସିଛି । ଯେଉଁଥିରେ ସାଇବରବାଦ ପୋଲିସ ଶାସକ ବିଆରଏସ ସରକାରକୁ ୧୦୦ କୋଟି ଟଙ୍କାରେ ଚାରିଜଣ ବିଧାୟକଙ୍କୁ କିଣିବାକୁ ଏକ ଷଡଯନ୍ତ୍ର ରଚିଛି ବୋଲି ଦାବି କରିଥିଲେ । ପାର୍ଟି ବଦଳାଇବା ପାଇଁ ଟଙ୍କା ପ୍ରଦାନ କରାଯାଇଥିବା ଦାବି କରୁଥିବା ତାଣ୍ଡୁର ବିଧାୟକ ରୋହିତ ରେଡ୍ଡୀ କହିଛନ୍ତି ଯେ କେନ୍ଦ୍ରୀୟ ଏଜେନ୍ସି ବ୍ୟବହାର କରି ତାଙ୍କୁ ଭୟଭୀତ କରିବା ତଥା ବାଧ୍ୟ କରିବାକୁ ଚେଷ୍ଟା କରାଯାଉଛି, ଯଦିଓ ରାଜ୍ୟ ସାରାକାରଙ୍କ ଦ୍ୱାରା ନିଯୁକ୍ତ ଏକ ସ୍ୱତନ୍ତ୍ର ଏସ୍‌ଆଇଟି ଏହାର ତଦନ୍ତ କରିସାରିଛି ।

Related Articles

Back to top button