ବାଂଲାଦେଶରେ ହିନ୍ଦୁମାନଙ୍କର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନକୁ କରାଯାଉଛି ଟାର୍ଗେଟ

ବାଂଲାଦେଶରେ ହିଂସା ଜାରି ରହିଛି। ହିଂସା ପରେ ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇଯାଇଛି। ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡିବା ପରେ ମଧ୍ୟ ବିକ୍ଷୋଭକାରୀମାନେ ହିଂସା ଜାରି ରଖିଛନ୍ତି । ଦେଶରେ ହିନ୍ଦୁମାନଙ୍କର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଉଛି। ବିକ୍ଷୋଭକାରୀମାନେ ଏଠାରେ ପ୍ରାୟ ୨୭ଟି ଜିଲ୍ଲାର ହିନ୍ଦୁମାନଙ୍କ ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଛନ୍ତି । ସେମାନଙ୍କ ମୂଲ୍ୟବାନ ସାମଗ୍ରୀ ମଧ୍ୟ ଲୁଟିଛନ୍ତି । ଏଥି ସହିତ ସାରା ଦେଶରେ ଅତି କମରେ ଚାରିଟି ମନ୍ଦିର ମଧ୍ୟ ଭଙ୍ଗାରୁଜା କରାଯାଇଛି।ମେହେରପୁରରେ ଇସକନ୍‌ ମନ୍ଦିର ଉପରେ ହୋଇଥିବା ଆକ୍ରମଣ ହିଂସାର ଏକ ମୁଖ୍ୟ ଅଂଶ । ଗତ ୨୪ ଘଣ୍ଟା ମଧ୍ୟରେ ବାଂଲାଦେଶରେ ଏକାଧିକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରାଯାଇଛି । ମନ୍ଦିର ଉପରେ ଆକ୍ରମଣ ବ୍ୟତୀତ ଢାକା ଧାନମୋଣ୍ଡି ଅଞ୍ଚଳରେ ଥିବା ଏକ ଭାରତୀୟ ସାଂସ୍କୃତିକ କେନ୍ଦ୍ର ମଧ୍ୟ ଭଙ୍ଗାରୁଜା ହୋଇଛି। ଲୋକମାନେ କହିଛନ୍ତି, ଏପରି କୌଣସି ସ୍ଥାନ କିମ୍ବା ଜିଲା ବାକି ନାହିଁ, ଯେଉଁଠାରେ ସାମ୍ପ୍ରଦାୟିକ ଆକ୍ରମଣ ହୋଇନାହିଁ ।

ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ପ୍ରଧାନମନ୍ତ୍ରୀ ଶେଖ ହସିନା ଶେଷରେ ସେନା ଚାପରେ ସୋମବାର ଇସ୍ତଫା ଦେଇଛନ୍ତି। ସେନାର ଚେତାବନୀ ପରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।

Related Articles

Back to top button