ଆସାମର ଲଖମୀପୁରରେ ୧୦ ମାସର ଜଣେ ଶିଶୁଠାରେ ଏଚଏମପିଭି ଭାଇରସ୍ ହୋଇଛି ଚିହ୍ନଟ
ଦେଶରେ ଏଚଏମପିଭି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆସାମରେ ଆଉ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆସାମର ଲଖମୀପୁରରେ ୧୦ ମାସର ଜଣେ ଶିଶୁଠାରେ ଏଚଏମପିଭି ଭାଇରସ୍ ଚିହ୍ନଟ ହୋଇଛି । ଶିଶୁଟିକୁ ଡିବ୍ରୁଗଡର ଆସାମ ମେଡିକାଲ୍ କଲେଜ୍ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ କହିବା କଥା ଶିଶୁର ଅବସ୍ଥା ସ୍ଥିର ରହିଛି ଏବଂ ଚିନ୍ତା କରିବାର କୌଣସି କାରଣ ନାହିଁ ।ଦେଶରେ ଏ ପର୍ଯ୍ୟନ୍ତ ମୋଟ୍ ଏଚଏମପିଭିର ୧୫ ଆକ୍ରାନ୍ତ ଚିହ୍ନଟ ହେଲେଣି । ଏଥିରୁ ଗୁଜରାଟରେ ସର୍ବାଧିକ ୪ କେସ୍ ସାମ୍ନାକୁ ଆସିଛି । ଶୁକ୍ରବାର ରାଜସ୍ଥାନ ଓ ଗୁଜରାଟର ଗୋଟିଏ ଲେଖାଏଁ କେସ୍ ଚିହ୍ନଟ ହୋଇଥିଲା । ଏହା ପୂର୍ବରୁ ଗୁରୁବାର ତିନି ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଚୀନରେ ଏଚଏମପିଭି କାରଣରୁ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେଠାକାର ସରକାର ସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏ ନେଇ ଆଡଭାଇଜରି ମଧ୍ୟ ଜାରି କରାଯାଇଛି । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବୈଠକରେ ଭାଇରସର ବିଭିନ୍ନ ଦିଗ ଓ ଏହାର ସଂକ୍ରମଣର ଲକ୍ଷଣ ଉପରେ ସମୀକ୍ଷା କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ଥିତି ଉପରେ ନଜର ରଖାଯାଇଛି ।