
ସାରା ଦେଶରେ ପାଳିତ ହୋଇଛି ପବିତ୍ର ଗୁରୁ ପୂର୍ଣ୍ଣିମା
ବ୍ୟାସ ପୂର୍ଣ୍ଣିମା ନାମରେ ପରିଚିତ ଗୁରୁ ପୂର୍ଣ୍ଣିମା ଆଜି ପାଳିତ ହୋଇଛି। ଏହି ପର୍ବ ଗୁରୁମାନଙ୍କୁ ସମର୍ପିତ। ଏହି ଅବସରରେ ଲୋକମାନେ ଜ୍ଞାନ ଓ ଆଶୀର୍ବାଦରେ ନିଜ ଜୀବନକୁ ମାର୍ଗଦର୍ଶନ କରୁଥିବା ଗୁରୁମାନଙ୍କୁ ସ୍ମରଣ କରିବା ସହ କୃତଜ୍ଞତା ଜ୍ଞାପନ କରିଥାନ୍ତି।ବୋଧି ବୃକ୍ଷ ତଳେ ଜ୍ଞାନ ପ୍ରାପ୍ତି ପରେ ଭଗବାନ ବୁଦ୍ଧ ଏହି ଅବସରରେ ତାଙ୍କର ପ୍ରଥମ ଉପଦେଶ ଦେଇଥିଲେ। ଭଗବାନ ବୁଦ୍ଧ ବୋଧଗୟାରୁ ସାରନାଥ ଯାତ୍ରା କରି ପୂର୍ଣ୍ଣିମା ଦିନ ନିଜର ଉପଦେଶ ଦେଇଥିଲେ। ତେଣୁ ବୁଦ୍ଧଙ୍କ ଅନୁଗାମୀମାନେ ଏହି ଦିନ ତାଙ୍କୁ ପୂଜା କରିଥାନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁରୁ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।