
ଏଣିକି ଦେଶର ବଡ ଡାକ୍ତରଖାନା ଖୋଲିପାରିବେ ମେଡିକାଲ କଲେଜ
ନୂଆଦିଲ୍ଲୀ: ବର୍ତ୍ତମାନ ଦେଶର ବଡ ବଡ ଡାକ୍ତରଖାନା ମଧ୍ୟ ସେମାନଙ୍କ ମେଡିକାଲ କଲେଜ ଖୋଲିପାରିବେ। ଏଥିପାଇଁ କେନ୍ଦ୍ର ସରକାର ଦେଶର ବଡ ବଡ ଡାକ୍ତରଖାନାକୁ କିଛି ନିୟମ ଛାଡ କରିବାକୁ ପ୍ରତିଶୃତି ଦେଇଛନ୍ତି। ଏହି ପ୍ରସଙ୍ଗରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସୋମବାର ଦେଶର ଅନେକ ବଡ ବଡ ଡାକ୍ତରଖାନା ସହିତ ଏକ ବୈଠକ କରିଥିଲେ। ଯେଉଁଥିରେ ଦେଶର ପ୍ରାୟ ୬୨ ଟି ବଡ ଡାକ୍ତରଖାନା ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ଡାକ୍ତରଖାନାଗୁଡ଼ିକରେ ମେଡିକାଲ କଲେଜ ଖୋଲିବା ବିଷୟରେ ଆଲୋଚନା ହୋଇଥିଲା।
MBBS ସିଟ୍ ବୃଦ୍ଧି ଏବଂ ବିଦେଶରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ପଦକ୍ଷେପ ନେଇଛି। ଏହା ପଛରେ ଲକ୍ଷ୍ୟ ହେଉଛି ଦେଶରେ ଡାକ୍ତରୀ ଶିକ୍ଷାକୁ ସୁଲଭ କରିବା।କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ବଡ଼ ଡାକ୍ତରଖାନାଗୁଡ଼ିକୁ ଡାକ୍ତରୀ ଶିକ୍ଷା କ୍ଷେତ୍ରକୁ ଆସିବାକୁ ଅନୁରୋଧ କରିଥିଲେ। ଏ ବାବଦରେ କେନ୍ଦ୍ର ସରକାର ମେଡିକାଲ କଲେଜ ଖୋଲିବା ପାଇଁ ବଡ ଡାକ୍ତରଖାନା ପାଇଁ ଜମି ଏବଂ ଲମ୍ବା ସମୟ ପର୍ଯ୍ୟନ୍ତ ଡକ୍ୟୁମେଣ୍ଟ କାମ ଭଳି ଅନେକ ନିୟମରେ ଆଶ୍ବସ୍ତି ଦେବାକୁ ପ୍ରସ୍ତୁତି ଚଳାଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏହି ବୈଠକରେ ଜସଲୋକ, ବ୍ରେକ୍ କ୍ୟାଣ୍ଡି, କୋକିଲା ବେନ୍, ସାଥୀ ସାଇ ହସ୍ପିଟାଲ୍ ଏବଂ ଆପୋଲୋ ଭଳି ଡାକ୍ତରଖାନା ଯୋଗ ଦେଇଛନ୍ତି।