ଛାତ୍ରୀମାନଙ୍କୁ ନିୟମିତ ବାଇବେଲ ପଢ଼ାଇବା ସହ ଧର୍ମ ପରିବର୍ତ୍ତନ କରାଇବାକୁ ପ୍ରୟାସ କରୁଥିଲେ ହଷ୍ଟେଲ ଓ୍ବାର୍ଡେନ
ମଧ୍ୟପ୍ରଦେଶରୁ ଆସିଛି ଏକ ଚିନ୍ତାଜନକ ମାମଲା । ଏକ ସରକାରୀ ଛାତ୍ରୀ ନିବାସରେ ଜଣେ ଓ୍ବାର୍ଡେନ କଳାକାରନାମା ଚଳାଇଥିବା ବେଳେ ଏବେ ଉକ୍ତ ଘଟଣା ସାମ୍ନାକୁ ଆସିଛି । ହଷ୍ଟେଲ ଓ୍ବାର୍ଡେନ ଛାତ୍ରୀମାନଙ୍କୁ ନିୟମିତ ବାଇବେଲ ପଢ଼ାଇବା ସହ ବାଥରୁମ ଓ ବାସନ ସଫା କରାଉଥିଲେ । ହଷ୍ଟେଲରୁ ବାଇବେଲ ଓ ପ୍ରାର୍ଥନା ଲେଖାଥିବା ଏକାଧିକ କପି ଜବତ କରାଯାଇଛି । ଏ ବିଷୟରେ ଜାଣିବା ପରେ ଆଦିବାସୀ ବିକାଶ ବିଭାଗ ସହାୟକ ଆୟୁକ୍ତ ଓ୍ବାର୍ଡେନଙ୍କୁ ତ୍ବରିତ ଭାବେ ହଟାଇ ଦେଇଛନ୍ତି ଓ ତଦନ୍ତ ଟିମ୍ ଗଠନ କରିଛନ୍ତି ।
ସୂଚନା ମୁତାବକ, ଜିଲ୍ଲା ମୁଖ୍ୟାଳୟ ଠାରୁ ପାଖାପାଖୁ ୪୦ କିମି ଦୂର ଭୀକନଗାଁ ବିକାଶଖଣ୍ଡରୁ ଆସିଛି ଏହି ମାମଲା । ସେଠାରେ ବାଳିକାମାନଙ୍କୁ ଦୈନିକ ବାଇବେଲ ପଢ଼ାଯିବା ସହ ଈଶ ପ୍ରାର୍ଥନା କରାଇବା, ବାଥରୁମ ଓ ବାସନ ସଫା କରାଯାଉଥିଲା । ମାରପିଟ ଓ ଚାପରେ ଅତିଷ୍ଠ ହୋଇ ଛାତ୍ରୀମାନେ ଡିଏମଙ୍କୁ ଏନେଇ ଅଭିଯୋଗ କରିଥିଲେ । ଗ୍ରାମବାସୀମାନେ ଛାତ୍ରୀମାନଙ୍କୁ ଏନେଇ ପଚାଯିବା ପରେ ସବୁ ସତ ସାମ୍ନାକ ଆସିଥିଲା । ସକାଳ, ସନ୍ଧ୍ୟାରେ ପ୍ରାର୍ଥନା କରାଉଥିଲେ । ଝାଡୁ ଲଗାଇବା, ବାଥରୁମ ଓ ବାସନ ସଫା କରିବାକୁ ମନା କଲେ ମାରପିଟ ମଧ୍ୟ କରାଯାଉଥିବା ବାଳିକାମାନେ ଅଭିଯୋଗ କରିଛନ୍ତି । ଓ୍ବାର୍ଡେନଙ୍କ ଅତ୍ୟାଚାର ସହ୍ୟ କରି ନପାରି ଦୁଇ ଛାତ୍ରୀ ହଷ୍ଟେଲରୁ ପଳାଇ ଯାଇଥିଲେ । ଏହାପରେ ଅନ୍ୟ ବାଳିକାମାନଙ୍କୁ ମାଡ଼ ମରାଯାଇଥିଲା । ତଦନ୍ତ ପରେ ଓ୍ବାର୍ଡେନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଦିବାସୀ ବିକାଶ ବିଭାଗର ସହାୟକ ଆୟୁକ୍ତ କହିଛନ୍ତି ।