ଛାତିରେ ଯନ୍ତ୍ରଣା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହେଲେ ହିମାଚଳପ୍ରଦେଶ ରାଜ୍ୟପାଳ ଶିବ ପ୍ରତାପ ଶୁକ୍ଲା

ନୂଆଦିଲ୍ଲୀ: ହିମାଚଳପ୍ରଦେଶ ରାଜ୍ୟପାଳ ଶିବ ପ୍ରତାପ ଶୁକ୍ଲା ଦିଲ୍ଲୀ ଗସ୍ତରେ ଯାଇଥିବାବେଳେ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଯିବାରୁ ଏବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ କାରଣରୁ ରାଜ୍ୟପାଳ ଶିବ ପ୍ରତାପ ଶୁକ୍ଲାଙ୍କୁ ନୋଏଡା ସେକ୍ଟର ୨୭ର କୈଳାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ମୁତାବକ ରବିବାର ଦିନ ରାଜ୍ୟପାଳ ଶିବ ପ୍ରତାପ ଶୁକ୍ଲା ତାଙ୍କ ପତ୍ନୀ ଜାନକୀ ଶୁକ୍ଲାଙ୍କ ସହ ଦିଲ୍ଲୀର କନୌଟ୍ ପ୍ଲେସରେ ଥିବା ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। କିଛି ସମୟ ପରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ତାଙ୍କ ଅବସ୍ଥା ଏବେ ସ୍ଥିର ଥିବାବେଳେ ଆଉ କିଛି ସ୍ୱାସ୍ଥ୍ୟପରୀକ୍ଷା ପରେ ରାଜ୍ୟପାଳଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ। ଉଲ୍ଲେଖ ଥାଉ କି ହିମାଚଳପ୍ରଦେଶର ରାଜ୍ୟପାଳ ଦିଲ୍ଲୀ ଗସ୍ତରେ ଅଛନ୍ତି। ଫେବୃଆରୀ ୧୮ରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବା ପରେ ଶିବ ପ୍ରତାପ ଶୁକ୍ଲା ପ୍ରମୁଖ ନେତାଙ୍କୁ ଭେଟିବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହାପୂର୍ବରୁ ଶନିବାର ଏବଂ ରବିବାର ଦିନ ସେ ଦିଲ୍ଲୀର ଅନେକ ବରିଷ୍ଠ ନେତାଙ୍କୁ ଭେଟିଥିଲେ। ରାଜ୍ୟପାଳ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଥିଲେ ।

Related Articles

Back to top button