ଫେବ୍ରୁଆରୀ ୧୪ରେ କାଓ ହଗ୍‌ ଡେ ପାଳନ କରିବାକୁ ଦେଶବାସୀଙ୍କୁ କେନ୍ଦ୍ର ସରକାରଙ୍କ ଅନୁରୋଧ କ

ନୂଆଦିଲ୍ଲୀଫେବ୍ରୁଆରୀ ୧୪ ତାରିଖରେ ଭାଲେଣ୍ଟାଇନ୍‌ ଡେ। ହେଲେ ଏଥର ଭାଲେଣ୍ଟାଇନ୍‌ ଡେ ପାଳନ ନ କରି ଫେବ୍ରୁଆରୀ ୧୪କୁ ଗୋ ଆଲିଙ୍ଗନ ଦିବସ ବା କାଓ ହଗ୍‌ ଡେ(Cow Hug Day) ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଏନେଇ ଭାରତ ପଶୁ କଲ୍ୟାଣ ବୋର୍ଡ(AWBI) ପକ୍ଷରୁ ଏକ ନିର୍ଦ୍ଦେଶ ନାମା ଜାରି କରାଯାଇଛି। ଯେଉଁଥିରେ ଗାଈର ମହତ୍ୱ ଦର୍ଶାଇବା ସହା ପାଶ୍ଚାତ୍ୟ ସଭ୍ୟତାରେ ନ ଫସି ଆମ ବୈଦିକ ସଭ୍ୟାତ ଦୃଷ୍ଟିରୁ ଗାଈକୁ କୋଳେଇ ନେବାକୁ ଅନୁରୋଧ କରାଯାଇଛି।  ତେଣୁ ଫେବ୍ରୁଆରୀ ୧୪ ତାରିଖରେ କାଓ ହଗ୍‌‌ଡ ପାଳନ କରିବାକୁ AWBI ଲୋକଙ୍କୁ ଅନୁରୋଧ କରିଛି। ଭାରତ ସରକାରଙ୍କର ମତ୍ସ୍ୟ,ପଶୁପାଳନ ଓ ଡାଏରୀ ମନ୍ତ୍ରାଳୟର ନିର୍ଦ୍ଦେଶା ଅନୁସାରେ ପଶୁ କଲ୍ୟାଣ ବୋର୍ଡ ଏହି ନିର୍ଦ୍ଦେଶନାମା ଜାରି କରିଛି।

ଏଥିରେ କୁହାଯାଇଛି “ଆମେ ସମସ୍ତେ ଜାଣନ୍ତି ଯେ ଜୀବନ ଧାରଣ ପାଇଁ ଗାଈ ଭାରତୀୟ ସଂସ୍କୃତି ଓ ଗ୍ରାମୀଣ ଅର୍ଥବ୍ୟବସ୍ଥାର ମେରୁଦଣ୍ଡ। ଗାଇଁ ଜୈବ ବିବିଧତା ସମୃଦ୍ଧିର ପ୍ରତିନିଧିତ୍ୱ କରିଥାଏ। ମାଆ ଭଳି ପୋଷଣା କ୍ଷମତା ଥିବାରୁ ଗାଈକୁ କାମଧେନୁ ଓ ଗୋମାତା ବୋଲି କୁହାଯଏ। ମାନବ ସମାଜକୁ ସେ ସବୁକିଛି ଦେଇଥାଏ।”

ତେବେ ପାଶ୍ଚାତ୍ୟ ସଭ୍ୟତାରେ ପଡ଼ି ଆମେ କେମିତି ଆମ ବୈଦିକ ସଂସ୍କୃତିକୁ ବିଲୁପ୍ତ କରିଛେ ସେ ନେଇ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ “ସମୟ ଅନୁସାରେ ପାଶ୍ଚାତ୍ୟ ସଂସ୍କୃତିର ପ୍ରଗତି ଯୋଗୁ ବୈଦିକ ପରମ୍ପରା ସବୁ ବିଲୁପ୍ତ ପ୍ରାୟ ହୋଇଗଲାଣି। ପାଶ୍ଚାତ୍ୟ ସଭ୍ୟତାର ଚାକଚକ୍ୟ ଆମର ଭୌତିକ ସଂସ୍କୃତି ଓ ପରମ୍ପରାକୁ ଭୁଲାଇ ଦେଉଛି। ଗାଈରୁ ମିଳୁଥିବା ସର୍ବାଧିକ ଲାଭକୁ ଦେଖି ଭାବପ୍ରବଣତାର ସହ ଗାଈକୁ କୋଳେଇ ନିଅନ୍ତୁ। ଏଥିରେ ଶାନ୍ତିପ୍ରାପ୍ତ ହେବ। ଆମ ଜୀବନରେ ଗୌମାତାର ମହତ୍ୱକୁ ଦେଖି ସମସ୍ତ ଗାଈ ପ୍ରେମୀ ଫେବ୍ରୁଆରୀ ୧୪ କାଓ ହଗ୍‌ ଡେ ଭାବରେ ପାଳନ କରି ଜୀବନକୁ ଖୁସୀ ଓ ସକ୍ରିୟ ଶକ୍ତିରେ ଭରିଦଅନ୍ତୁ।”

Related Articles

Back to top button