ଗୁଜୁରାଟରେ ନରବଳି: ଧନ ପାଇଁ ଝିଅକୁ ହତ୍ୟା କଲେ ପରିବାର ଲୋକେ

ଗାନ୍ଧୀନଗର: ଧନ ଲୋଭରେ ସୈତାନ ସାଜିଲେ ପରିବାର । ସମୃଦ୍ଧି ପାଇଁ ୧୪ ବର୍ଷୀୟା ଝିଅକୁ ବଳି ପକାଇଲେ ଘରେ ଲୋକେ। କେରଳ ନରବଳି ମାମଲା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଥିବାବେଳେ ଏବେ ଗୁଜୁରାଟରୁ ସମାନ ଘଟଣା ସାମ୍ନାକୁ ଆସିଛି । ଗୁଜୁରାଟ ସୋମନାଥ ଜିଲ୍ଲା ଅନ୍ତର୍ଗତ ଧରଗିର ଗାଁରେ ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି । ଖବର ପାଇ ପୋଲିସ ଗାଁରେ ପହଞ୍ଚି ମୃତ ନାବାଳିକାର ଦେହବାଶେଷ ଉଦ୍ଧାର କରିଛି ।

ଏହି ଘଟଣାରେ ମୃତ ନାବାଳିକାଙ୍କ ବାପା ଭବେଶଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇ ଜେରା କରାଯାଉଛି । ଅନ୍ୟ କିଛି ସନ୍ଦିଗ୍ଧଙ୍କୁ ମଧ୍ୟ ପଚରାଉଚରା ଚାଲିଛି । ତେବେ ପଚରାଉଚରା ସମୟରେ ବାପା ଭବେଶଙ୍କ କଥାରେ ତାଳମେଳ ରହୁନଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ସୂଚନାଯୋଗ୍ୟ, ମୃତ ନାବାଳିକାଙ୍କ ପରିବାର ପୂର୍ବରୁ ସୁରଟରେ ରହୁଥିଲେ । ସେଠାରେ ତାଙ୍କର କିଛି ବ୍ୟବସାୟ ଥିଲା । କିଛି ଦିନ ତଳେ କୌଣସି କାରଣ ଯୋଗୁଁ ସେମାନେ ନିଜ ଗାଁକୁ ଫେରିଥିଲେ । ତେବେ ପରିବାରର ସମୃଦ୍ଧି ପାଇଁ ନବରାତ୍ରୀ ସମୟରେ ସେମାନେ ନିଜ ଝିଅର ବଳି ଦେଇଥିବା ଗାଁ ଲୋକେ ସନ୍ଦେହ କରି ପୋଲିସ ଖବର ଦେଇଥିଲେ ।

Related Articles

Back to top button