‘ବିସ୍ଫୋରଣରେ ମୋର କୌଣସି ଭୂମିକା ନଥିଲା, ରାଜୀବ ଗାନ୍ଧୀଙ୍କ ହତ୍ୟା ଷଡ଼ଯନ୍ତ୍ରରେ ସାମିଲ ନଥିଲି’ : ନଳିନୀ ଶ୍ରୀହରନ

ନୂଆଦିଲ୍ଲୀ: ‘ବିସ୍ଫୋରଣରେ ମୋର କୌଣସି ଭୂମିକା ନଥିଲା, ରାଜୀବ ଗାନ୍ଧୀଙ୍କ ହତ୍ୟା ଷଡ଼ଯନ୍ତ୍ରରେ ସାମିଲ ନଥିଲି’ । ଜେଲରୁ ମୁକ୍ତ ହେବା ପରେ ଏପରି କହିଛନ୍ତି  ନଳିନୀ ଶ୍ରୀହରନ । ନିଜ ସ୍ୱାମୀଙ୍କ କିଛି ବନ୍ଧୁଙ୍କ ସହିତ ପରିଚିତ ଥିବାରୁ ଓ ସେମାନଙ୍କ ସହିତ ରାଜୀବ ଗାନ୍ଧୀଙ୍କ ଗସ୍ତ ସ୍ଥାନରେ ଉପସ୍ଥିତି ଥିବାରୁ ତାଙ୍କୁ ପୋଲିସ ଗିରଫ କରିନେଇଥିଲା ବୋଲି କହିଛନ୍ତି ନଳିନୀ ।

୨୦୦୧ରେ ନଳିନୀଙ୍କୁ ଫାଶୀ ଦଣ୍ଡାଦେଶ ମିଳିଥିଲା । ଯେକୌଣସି ସମୟରେ ଫାଶୀ ଦିଆଯିବାର ଭୟ ତାଙ୍କୁ ଲାଗି ରହିଥିଲା । ତାଙ୍କ କ୍ଷମା ପ୍ରାର୍ଥନାକୁ ଖାରଜ କରିଥିଲେ ରାଷ୍ଟ୍ରପତି । ଫାଶୀ ସକାଶେ ୭ଥର ବ୍ଲାକ ଓ୍ୱାରେଣ୍ଟ ଜାରି କରିଥିଲେ କୋର୍ଟ ।

ନଳିନୀଙ୍କ ଫାଶୀକୁ ଆଜୀବନ ଜେଲ୍ ଦଣ୍ଡରେ ପରିଣତ କରିବାକୁ ରାଜୀବ ଗାନ୍ଧୀଙ୍କ ପତ୍ନୀ ସୋନିଆ ଗାନ୍ଧୀ କୋର୍ଟଙ୍କୁ ନିବେଦନ କରିଥିଲେ । ନଳିନୀ କହିଛନ୍ତିଯେ,  ‘ରାଜୀବ ଗାନ୍ଧୀଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିବା ପାଇଁ ମୁଁ ବାରମ୍ୱାର ଚେଷ୍ଟା କରିଥିଲି’ । ତାଙ୍କୁ ପ୍ରିୟଙ୍କା ଭେଟି ପିତା ରାଜୀବ ଗାନ୍ଧୀଙ୍କ ହତ୍ୟା ଘଟଣା ପଚାରିଥିଲେ ଓ ଭାବବିହ୍ୱଳ ହୋଇପଡିଥିଲେ । ନଳିନୀ ଗିରଫ ହେବା ବେଳେ ଗର୍ଭବତୀ ଥିଲେ । ୧୯୯୨ରେ ଲଣ୍ଡନର ଜଣେ ଡାକ୍ତର ପ୍ରସବ କରାଇଥିଲେ । ଝିଅ ହରିଥ୍ରା ୨ବର୍ଷ ବୟସରେ ତାଙ୍କଠୁ ଅଲଗା ହୋଇ ଜେଲ୍ ବାହାରେ ବଢିଥିଲେ ।  ୨୦୧୯ରେ ହରିଥ୍ରା ବିବାହ କରିଥିଲେ, ଏଥିପାଇଁ ନଳିନୀଙ୍କୁ ଗୋଟିଏ ମାସର ପାରୋଲ୍ ମିଳିଥିଲା ।  ଏବେ ଦୁହେଁ ସେ ଦୁଃଖକୁ ଭୁଲିବାକୁ ଚେଷ୍ଟା କରୁଛନ୍ତି ।

୬ ଅଭିଯୁକ୍ତଙ୍କ ଖଲାସ ନିର୍ଦ୍ଦେଶକୁ ତାମିଲନାଡୁ ବାସିନ୍ଦା ସ୍ୱାଗତ କରିଛନ୍ତି । ୧୯୯୧ ମସିହାରେ ତାମିଲନାଡୁର ଶ୍ରୀପେରୁବନ୍ଦର ନିର୍ବାଚନ ରାଲିରେ ଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଏଲଟିଟିଇ ଆତ୍ମଘାତୀ ବିସ୍ଫୋରଣ କରି ହତ୍ୟା କରିଥିଲା । ପ୍ରାୟ ୩୨ ବର୍ଷ ଜେଲରେ ରହିବା ପରେ ନିକଟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଅନ୍ୟ ୫ ଜଣଙ୍କ ସହିତ ସେ ଜେଲରୁ ମୁକୁଳିଛନ୍ତି ।

Related Articles

Back to top button